କ୍ୟାବିନେଟ୍ ବୈଠକ ଆଜି

ଭୁବନେଶ୍ୱର,୦୬/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମେ’ ୬ ତାରିଖ (ଶୁକ୍ରବାର) ଦିନ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବା ନେଇ ସୂଚନା ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବସିବ ।

ଅପରାହ୍ନ ୪ଟାରେ ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ କିଛି ବଡ଼ ଧରଣର ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଭିନ୍ନ ବିଭାଗର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ରେ ମୋହର ବାଜିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *