“ଏକ ସୁଭଦ୍ରା ଏକ ଗଛ” ଅଭିଯାନରେ ଓଡିଶାର ୧ କୋଟିରୁ ଅଧିକ ସୁଭଦ୍ରାମାନଙ୍କୁ ଗୋଟିଏ ଗୋଟିଏ ଚାରା ରୋପଣ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଙ୍କ  ଆହ୍ୱାନ

ଭୁବନେଶ୍ୱର,୦୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ପରିବେଶ ଦିବସ ଉପଲକ୍ଷେ “ଏକ ପେଡ ମା କେ ନାମ”ଅଭିଯାନକୁ ସ୍ୱାଗତ ଜଣାଇ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଏକ ଅଁଳା ଗଛ ଚାରା ରୋପଣ କରିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମୋନିଷା ବାନାର୍ଜୀ ମଧ୍ୟ ପିଜୁଳି ଗଛର ଚାରା ରୋପଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ “ଏକ ସୁଭଦ୍ରା ଏକ ଗଛ” ଅଭିଯାନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡିଶାର ୧ କୋଟିରୁ ଅଧିକ ସୁଭଦ୍ରାମାନଙ୍କୁ ଗୋଟିଏ ଗୋଟିଏ ଚାରା ରୋପଣ ପାଇଁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *