କାୟା ମେଲାଉଛି କରୋନା, ସଂକ୍ରମିତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି

ଭୁବନେଶ୍ୱର,୦୫/୦୬/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟରେ କୋଭିଡ଼୍ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଛି । ବୁଧବାର ଦିନ କଟକ ବଡ଼ ଡ଼ାକ୍ତରଖାନାର ଜଣେ ଡ଼ାକ୍ତରଙ୍କ ସମେତ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବୁଧବାର ଚିହ୍ନଟ ହୋଇଥିବା ସମସ୍ତ ୯ ଜଣ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି ଏବଂ କାହାରି ଭ୍ରମଣ ଇତିହାସ ନାହିଁ । ସିଡ଼ିଏ ୯ଓ ୬ ସେକ୍ଟର, ବାଦାମବାଡ଼ି ,କଲ୍ୟାଣୀନଗର,ନୟାବଜାର, ଶଙ୍କରପୁର,କଲେଜ ଛକ ଓ ପୁରୀ ଘାଟ ରୁ ଜଣେ ଲେଖା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଡ଼ ଡ଼ାକ୍ତରଖାନାର ଜଣେ ଡ଼ାକ୍ତର ବୁଧବାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ରେ ପହଂଚିଥିବା ସୂଚନା । ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅବଶିଷ୍ଟ ୧୯ ଜଣ ଚିକିତ୍ସାଧିନ ଥିବା ସୂଚନା ।
ଅନ୍ୟ ପକ୍ଷରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିବାରୁ ସେ କରୋନା ରେ ମୃତ୍ୟୁ ବରଣ କରିଛନ୍ତି କି ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *