ନେମାଳ ଥାନା ବୋମା ବିସ୍ଫୋରଣ ଘଟଣା ରେ ଛଅ ଅଭିଯୁକ୍ତ ଗିରଫ

ସାଲେପୁର, ୦୪/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -କଟକ ଜିଲ୍ଲା ନେମାଳ ଥାନା ଝାଡେଶ୍ଵରପୁର ମଙ୍ଗିଗଡା (ମନାନ ଗଡା ) ଠାରେ ବୋମା ବିସ୍ଫୋରଣ ଘଟଣା ରେ ସମ୍ପୃକ୍ତ  ୬ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି ।  ସେମାନଙ୍କ ଠାରୁ ୪ଟି ବାଇକ,୪ କେଜି ବିସ୍ଫୋରକ,ବନ୍ଧୁକ, ମୋବାଇଲ ଫୋନ୍ ,  ଖଣ୍ଡା  ଜବତ କରାଯାଇଛି । ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସେମାନଙ୍କ ନାମରେ ବହୁ ମାମଲା ବିଭିନ୍ନ ଥାନାରେ ରହିଛି । ମୁଖ୍ୟ ଅଭିଯୁକ୍ତ ମିର୍ଜା ଆକବର ବେଗ ବୋମା   ଭିଡୁଥିବା ବେଳେ  ବିସ୍ଫୋରଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ନିଜ ଅଞ୍ଚଳରେ ବହୁ ବାର ବୋମା ବିସ୍ଫୋରଣ କରି ନିଜର ଦବଦବା ଜାହିର କରିବା ସହ ଚାନ୍ଦା ଆଦାୟ କରୁଥିବାର ମାମଲା ଥାନାରେ ରହିଥିବା ପୋଲିସ ସୂଚନା ଦେଇଛି ।

ଅପରାଧ ଘଟାଇ ସେ ବହୁ ସମୟ ମୁମ୍ବାଇ ରେ ରହୁଥିଲା। ଏବେ ନେମାଳ ଥାନା ମଙ୍ଗିଗଡାରେ ବୋମା ବିସ୍ପୋରଣରେ ତାର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରୁ ପୋଲିସ ୧୨ ଟି ବୋମା  ଜବତକରି ନିଷ୍କ୍ରିୟ କରିଥିଲା। ଏହି ଘଟଣାରେ ଅନ୍ୟ ସମସ୍ତ ୬ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଥିବା ନେଇ ଅତିରିକ୍ତ ଗ୍ରାମଞ୍ଚଳ ଏସ୍ ପି  ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *