କାଣୀ ନଦୀ ବନ୍ଧ ଅନୁଧ୍ୟାନ ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ଯାଜପୁର ସାଂସଦ

ଦଶରଥପୁର, ୧୮/୯/୨୦୨୪ (ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକସ୍ତ ଦୁଦୁରାଅନ୍ତା ଗ୍ରାମ ପଞ୍ଚାୟତ କଣ୍ଟପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ମୁକୁଳା ପଡ଼ିଥିବା କାଣୀ ନଦୀ ବନ୍ଧ ପରିସ୍ଥିତି ଅନୁଧ୍ୟାନ କଲେ ଯାଜପୁର ସାଂସଦ ଡକ୍ଟର ରବିନାରାୟଣ ବେହେରା। କାଣୀ ନଦୀର ମେଲା ପଡ଼ିଥିବା ବନ୍ଧ ପାଇଁ ପ୍ରତିବର୍ଷ ବନ୍ୟା ଆସି ଦୁଦୁରା ଅନ୍ତା, ମଲ୍ଲୀକାପୁର, ଶୁଶୁଆ, ନିଜାମପୁର, ଦତ୍ତପୁର ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥାଏ। ୨୪ ବର୍ଷର ବିଜେଡି ସରକାର ପ୍ରତେକ ବର୍ଷ ନିଜ କର୍ମୀଙ୍କ ରୋଜଗାର ପାଇଁ ନଦୀ ବନ୍ଧର ସ୍ଥାୟୀ ପ୍ରତିକାର କରି ନାଁହାନ୍ତି। ଅପରନ୍ତୁ ସରକାର ବଦଳିବା ପରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଏହାର ସ୍ଥାୟୀ ସମାଧାନ ପାଇଁ ସାଂସଦଙ୍କ ସହ  ଆଜି ସନ୍ଧ୍ୟାରେ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଡ୍ରେନେଜ ବିଭାଗ ଏସଡ଼ିଓ ସମ୍ଭବ ପ୍ରକାଶ ମଲ୍ଲିକ, ଏସି ମାୟାଧର ପରିଡା, ଜଲଳସମ୍ପଦ ବିଭାଗ ଏସି ଶରତ ଚନ୍ଦ୍ର ଘଡେଇ,ଏସଡ଼ିଓ ଅନ୍ତର୍ଯ୍ୟାମୀ ମହାନ୍ତି, ଜେଇ ଅରୁଣ ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି। ଏହାର ପ୍ରତିକାର ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ସରିବା ପାଇଁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଡକ୍ଟର ରବିନାରାୟଣ ବେହେରାଙ୍କ ସହ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ,ଯାଜପୁର ଜିଲ୍ଲା ସମ୍ପାଦକ ସୁଦୀପ୍ତ ପଣ୍ଡା,କୋରେଇ ବିଜେପି ପ୍ରଭାରୀ ସୁବାଷ ମହାନ୍ତି, ଦଶରଥପୁର ବ୍ଲକ ପ୍ରାକ୍ତନ ଅଧକ୍ଷ ରମେଶ ସାମଲ,ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ପଣ୍ଡା,ଦୁଦୁରାଅନ୍ତା ପ୍ରାକ୍ତନ ସରପଞ୍ଚ ହିମାନ୍ଦ୍ରି ଭୂଷଣ କୁଅଁର,  ଧନଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *