ସଂଖ୍ୟାଲଘୁ ସେଲ୍ ର ଉପସଭାପତି ଶେଖ ଅବଦୁଲ ଗନୀ ହୋସେନ ଙ୍କ ବିଜୁ ଜନତା ଦଳରୁ ଇସ୍ତଫା

ଭୁବନେଶ୍ୱର,୦୨/୦୬/୨୦୨୫ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ର ଉପସଭାପତି ଶେଖ ଅବଦୁଲ ଗନୀ ହୋସେନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ହୋସେନ ଦଳର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ । ଦଳ ଯେତେବେଳେ ଯେଉଁ କାମ ଦେଇଛନ୍ତି, ସେ ସୁଚାରୁ ରୂପେ କରୁଥିଲେ ।

କିନ୍ତୁ ଦଳର ବରିଷ୍ଠ ନେତାମାନେ ଅଣଦେଖା କରିବା ଏବଂ ଯେଉଁମାନେ ଦଳ ପାଇଁ କିଛି କାମ କରୁନାହାଁନ୍ତି କେବଳ ସାଂସଦ ଓ ବିଧାୟକମାନଙ୍କ ପାଖରେ ଛିଡ଼ାହୋଇ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ି ବାହାବା ନେଉଥିଲେ, ନେତାଙ୍କ ସୁପାରିଶରେ ବିଭିନ୍ନ ଉଚ୍ଚ ପଦବୀରେ ରହି ଫାଇଦା ହାସଲ କରୁଛନ୍ତି । କିନ୍ତୁ ଗ୍ରାମରେ ଗୋଟିଏ ସଭା ଡାକିବାର କ୍ଷମତା ନାହିଁ ।

ଶ୍ରୀ ହୋସେନ ୧୯୯୦ ମସିହାରୁ ଜନତା ଦଳ ପରେ ବିଜୁ ଜନତା ଦଳରେ ରହି କାମ କରି ଆସୁଥିଲେ । କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କ ଅଣଦେଖା ଓ ଦଳର ସଭାସମିତିକୁ ନ ଡାକିବା କାରଣରୁ ଶ୍ରୀ ହୋସେନ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିବେ ବୋଲି ଶ୍ରୀ ହୋସେନ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *