କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮, ପ୍ରଥମ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୦୧/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଛି। ରାଜ୍ୟରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣେ ବୃଦ୍ଧ ଏବଂ ସେ ଭୁବନେଶ୍ଵରର ବାସିନ୍ଦା। ସେ କିଛିଦିନ ତଳେ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଚିହ୍ନଟ ହୋଇଥିଲେ। ଏହା ପରେ ସେ  ଘରେ ରହି ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ଏ ସମ୍ପର୍କରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *