ଲକ୍ଷ୍ମୀପୁର ୩୧/୦୫/୨୫(ଓଡିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୃଷି କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେବିକେ ର କୃଷି ବୈଜ୍ଞାନିକ ବିନୋଦ ଚନ୍ଦ୍ର ବେହେରା ଯୋଗ ଦେଇ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତମାନର ଚାଷ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଲକ୍ଷ୍ମୀପୁର ବିଭିଓ ମନୋଜ କୁମାର ବେହେରା,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ସୌରଭ ପାଣିଗ୍ରାହୀ,ଲକ୍ଷ୍ମୀପୁର ସହକାରୀ ମତ୍ସ୍ୟ ଅଧିକାରୀ ଦେବୀ ପ୍ରସାଦ କାନୁନଗୋ, କୋରାପୁଟ ସହକାରୀ କୃଷି ଅଧିକାରୀ ସ୍ୱପ୍ନିଳ ପାତ୍ର, ଦଶମନ୍ତପୁର ସହକାରୀ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ସାହୁ ଯୋଗ ଦେଇ ମୃତିକା ସଂରକ୍ଷଣ,ପଶୁ ସମ୍ପଦ,ମତ୍ସ୍ୟ,କୃଷି ଓ ଉଦ୍ୟାନ ବିଭାଗ ର ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ରୋଗ ପ୍ରତିରୋଧ ଉପରେ ଉପସ୍ଥିତ ଚାଷୀଙ୍କୁ ବୁଝାଇ ଥିଲେ।
ଏହି ଅବସରରେ ଗୋଟିଏ କୃଷି ରଥର ଶୁଭଦଘାଟନ କରାଯାଇଥିଲା। କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୨୫୨ ଜଣ ଚାଷୀ ନାମ ପଞ୍ଜିକରଣ କରିଥିଲେ।
