ଭୁବନ ୧୨/୦୧/୨୦୨୬ (ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ସଭାଗୃହରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୭୮ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୫୭ ଟି ବ୍ୟକ୍ତିଗତ ଓ ୧୫ ଟି ସାମୁହିକ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ୧୪ ଟି ଅଭିଯୋଗର ସମାଧାନ ହୋଇଥିଲା ।
ଚିକିତ୍ସା ପାଇଁ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଓ ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ସମୁଦାୟ ୪୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ,କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ, ଆଡିଶନାଲ ଏସ ପି ଇନ୍ଦୁରେଖା ପଶ୍ଚିମକବାଟ,ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ, ସହକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଆଶିଷ କୁମାର ସାହୁ, ଭଗତ କଲ୍ୟାଣ ରାଓ ( ଆଇ ଏ ଏସ),ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଅନିଲ କୁମାର ମହାନ୍ତି,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ ।
