ଭୁବନେଶ୍ୱର, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)- ତା ୧୨.୦୪.୧୯୯୩ରିଖ ପୂର୍ବରୁ ଡିଏଲଆର ରୁ ୱାର୍କଚାର୍ଜଡ୍, ୱାର୍କଚାର୍ଜଡ୍ ରୁ ନିୟମିତ ନିଯୁକ୍ତି ପାଇ ଅବସର ଗ୍ରହଣ କରିଥିବା ପୂର୍ତ ବିଭାଗର କର୍ମଚାରୀମାନଙ୍କ ଆଜି ମାଷ୍ଟରକ୍ୟାନଟିନ୍ ଛକରେ ବିଶାଳ ଶୋଭାଯାତ୍ରା ଓ ସଂଘୀୟ ସଭା ଅନୁଷ୍ଠିତ ହୋଇଥିଲା । ପେନସନ୍ ଓ ଅବସରକାଳୀନ ଭତା ପ୍ରଦାନ, ପେନସନ୍ ପାଇବା ପର୍ଯ୍ୟନ୍ତ ୱାର୍କ-ଟୁ-ୱାର୍କଚାର୍ଜଡ୍ ରେ ନିଯୁକ୍ତି ଓ ମାନ୍ୟବର ହାଇକୋର୍ଟ ଓ ସୁପି୍ରମକୋର୍ଟ ସରକାରଙ୍କୁ ଦେଇଥିବା ଆଦେଶ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ୱାର୍କସ୍ ଡିପାର୍ଟମେ ୱାର୍କଚାର୍ଜଡ୍ / ରେଗୁଲାର କର୍ମଚାରୀ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଡାକରା ଦିଆଯାଇଥିଲା । ବିକ୍ଷୋଭ ପ୍ରଦର୍ଶନ ସମୟରେ ସଂଘର ୭ଜଣ ପ୍ରତିନିଧି ପୋଲିସର ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓ.ଏସ୍.ଡି. ରୀତାରାଣୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ ଦଫା ଦାବି ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ର ବିଷୟରେ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଓ.ଏସ୍.ଡି. ଶ୍ରୀମତୀ ମହାପାତ୍ର କହିଥିଲେ ଯେ, ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଳକ୍ରିଷ୍ଣନ୍ ଙ୍କ ସହ ଆଲୋଚନା କରିବି, ମୁଖ୍ୟପରାମର୍ଶଦାତା ଆର. ବାଳକି୍ରଷ୍ଣନ୍ ଙ୍କ ନିର୍ଦ୍ଧେଶକ୍ରମେ ପୂର୍ତ ସଚିବଙ୍କ ସହିତ ଆଲୋଚନା କରିବା ପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ । ପ୍ରତିନିଧିମାନେ କହିଥିଲେଯେ, ଗୋଟିଏ ରିଜୋଲୁ୍ୟସନ୍ ରେ ଚାରି ଗୋଟି ବର୍ଗର କର୍ମଚାରୀ ସମ୍ପୃକ୍ତ ରହିଥିବା ବେଳେ ମାତ୍ର ଗୋଟିଏ ବର୍ଗର ଜବ୍ କଂଟ୍ରାକ୍ଟ କର୍ମଚାରୀଙ୍କୁ ୨୧ ବର୍ଷ ପରେ ଅର୍ଥାତ୍ ୨୦୧୮ ମସିହାରେ ରାଜ୍ୟ ଅର୍ଥ ବିଭାଗ ସେମାନଙ୍କୁ ପେନସନ୍ ଦେବା ନିମନ୍ତେ ଏକ ସ୍ୱତନ୍ତ୍ର ନିର୍ଦ୍ଧେଶ ଜାରି କଲେ, ଯାହାକି ଉପରୋକ୍ତ ରିଜୋଲୁ୍ୟସନ୍ ରେ ଥିବା ଅନ୍ୟ ୱାର୍କଚାର୍ଜଡ୍ ବର୍ଗର କର୍ମଚାରୀଙ୍କୁ ପେନସନ୍ ଦେବାରେ ସରକାର ଅବହେଳା କଲେ । ୬୦ବର୍ଷ ବୟସରେ ଅବସର ଗ୍ରହଣ କରିଥିବା ଉପରୋକ୍ତ ବର୍ଗର କର୍ମଚାରୀଙ୍କୁ ପେନସନ୍ ନୀତି କାର୍ଯ୍ୟକାରୀ କରାଯାଇ ଅତି କମ୍ ରେ ୧୦ ହଜାର ଟଙ୍କା ଦେଲେ ସରକାରଙ୍କ ରାଜକୋଷରୁ ଏ ବାବଦରେ ୬ ରୁ ୭ କୋଟି ଆର୍ଥିକ ବ୍ୟୟଭାର ପଡ଼ିବ । ଏଥିନିମନ୍ତେ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ଓ ସଂଘର ପ୍ରତିନିଧିମାନଙ୍କୁ ଡାକି ନିଷ୍ପତି ନେବାକୁ ୭ ଜଣିଆ ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ ।
ଅନ୍ୟପକ୍ଷରେ ସଂଘର ନ୍ୟାୟୋଚିତ ଦାବି ସରକାର ନ ମାନିଲେ ଅଥବା ପେନସନ୍ ଦେବା ପର୍ଯ୍ୟନ୍ତ ‘ୱାର୍କ-ଟୁ-ଚାର୍ଜଡ୍’ ନଦେଲେ ଚଳିତ ମାସ ୧୯ ତାରିଖରେ ସପରିବାର ସହ ଜେଲଭର୍ / ଆଇନ୍ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ଅଶୋକ ଚୌଧୁରୀ, ସାଧାରଣ ସମ୍ପାଦକ ଅରୁଣ କେଶରୀ ପରିଡ଼ା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାହିନୀପତି, ମୁଖ୍ୟ ସଂଯୋଜକ ଗଗନ ଭଞ୍ଜ, ଜିଲାର ପ୍ରମୁଖ ନେତୃମଣ୍ଡୀ ଏବଂ ଉପଦେଷ୍ଟା ମଣ୍ଡଳୀ ସର୍ବଶ୍ରୀ କଲ୍ୟାଣ ମହାରଣା ଓ କୋଷାଧ୍ୟକ୍ଷ କମଳା ଦାସ ପ୍ରମୁଖ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି । ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନରେ ହଜାର ହଜାର ସଂଖ୍ୟାରେ କର୍ମଚାରୀ ଯୋଗ ଦେଇଥିବା ବେଳେ ଗ୍ରାମ୍ୟ ନିର୍ମାଣ ସଂଗଠନର ଶତାଧିକ କର୍ମଚାରୀ ମଧ୍ୟ ଯୋଗଦେଇଥିଲେ ।
