ପ୍ରସିଦ୍ଧ ଭରତପୁର ମକ୍କଦ୍ଧମ ଦୋଳମେଲଣ ଉଦଯାପିତ

କେନ୍ଦ୍ରାପଡ଼ା, ୧୭/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଧମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଧମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ରବିବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଂଚିି ଥିଲେ । ଗତ ୨ଶହ ୫୭ବର୍ଷ ଧରି ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କାନ୍ତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଏହି ମେଲଣରେ ରାମଲୀଳା ପରିବେଷଣ କରିଥିଲେ ଜଗତସିଂହପୁର ଜିଲାର ଫତେପୁରର ମା’ ନିମସୁନ୍ଦରୀ ଓ ମା’ବଜ୍ରବୁଢୀ ରାମାୟଣ ଗୀତିନାଟ୍ୟର ସତ୍ୱାଧିକାରୀ ତପନ କୁମାର ରଣା ଓ ସାଥିମାନେ ଏବଂ ପାରମ୍ପାରିକ ଲୋକକଳା ଘୋଡାନାଚ ପରିବେଷଣ କରିଥିଲେ ଆରିପଦାର ମା’ଦୁର୍ଗେ ସାହାରା ସୁନ୍ଦରୀ ଘୋଡାନାଚ ଦଳର ବିମ୍ବାଧର ବେହେରା ଓ ସାଥିମାନେ ।

୨୫୭ବର୍ଷ ଦୋଳ ମେଲଣ ମହୋତ୍ସବ ଅବସରରେ ତପନ କୁମାର ମହାରଣାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ବିଜୟ କିଶୋର ଦାସ, ଚିତରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ସ୍ୱପ୍ନାଂଶୁ କୁମାର ଦାସ, ଅରବିନ୍ଦ ମହାନ୍ତି, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *