କନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପ ଉଦଘାଟନ

କଟକ ସଦର,୨୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଗୃହ ଓ  ପଞ୍ଚାୟତ କଲ୍ୟାଣ ମଣ୍ଡପକୁ ଆଜି ସୋମବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି।

ଏହି ଅବସରରେ କନ୍ଦରପୁର, ଆୟତପୁର ଓ ଫକିରପଡା ପଞ୍ଚାୟତର ୨୯୧ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକ ବ୍ଲକର ଶେଷ ପର୍ଯ୍ୟାୟ ଭତ୍ତା ବଣ୍ଟନ କରିଛନ୍ତି। ଏହି ଅବସରରେ ପଞ୍ଚାୟତର ଅନ୍ୟ ୪ ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଏଥିରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ, ସରପଂଚ ଶୁଭାସିନୀ ରାଉତ, ସମାଜସେବୀ ନିରଂଜନ ରାଉଳ, ଅଭୟ ସ୍ୱାଇଁ,ହୃଷିକେଶ ଜେନା, ଯୋଗେନ୍ଦ୍ର ଭୋଇ ଙ୍କ ସମେତ ତିନୋଟି ପଞ୍ଚାୟତର ପିଇଓ ଦିଲିପ ମହନ୍ତ, ସରସ୍ଵତୀ ମହାଳି, ଶିବପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *