ଜୁନାଗଡ , ୦୫/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟ ପାରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଦଳ ପକ୍ଷରୁ ଏକ ବିଶାଳ ରାଲି ସହର ପରିକ୍ରମା କରି ବଙ୍ଗଳା ଛକରେ ସଭା ନିକଟରେ ପହଞ୍ଚିଥିଲା। ପାର୍ଟି ପକ୍ଷରୁ ଦାଦନ, ବେକାରୀ,ଦରଦାମ ବୃଦ୍ଧି, କୃଷିରୁଣ ଛାଡ଼, ହାତୀନଦୀ ଆଡିବନ୍ଧ,ନାରୀ ନିର୍ୟ୍ୟାତନା, ଚିନିକଳର ପୁନରୁଦ୍ଧାର, ଧାନର କଟନୀ ,କପାମଣ୍ଡି, ଶୀତଳଭଣ୍ଡାର,କୃଷକମାନଙ୍କ ପାଇଁ ବିହନ,ସାର,ଔଷଧ, ବିଦ୍ୟୁତ ଯୋଗାଣ, ଜଳକର ଆଦି ପ୍ରସଙ୍ଗ ଉତ୍ଥାପନ କରାଯାଇ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲା। ରାଲି ଓ ସଭା ସମୟରେ ସିପିଆଇର ବରିଷ୍ଠ ନେତା ଅଭୟ ସାହୁ, ଅଜୟ ଦାସ, ଦାମୋଦର ବେହେରା, ଅକ୍ଷ ମେହେର, ନାରିନେତ୍ରୀ ରାଣୀମତି ଦୁର୍ଗାଙ୍କ ସମେତ ଶତାଧିକ କର୍ମୀ ମହିଳା ପୁରୁଷ ଉପସ୍ଥିତି ଥିଲେ।