ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ଙ୍କ ଗିରଫ ଦାବି

ଭୁବନ ୨୭/୦୫/୨୦୨୫ (ଓଡ଼ିଶା ସମାଚାର)- ” ବଡ ଖବର” ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ବିଜୟ ପ୍ରଧାନ ଙ୍କୁ ଯେଉଁଭଳି ଭାବେ ସ୍ପଷ୍ଟ ଦିବାଲୋକରେ କଙ୍ଗାରୁ କୋର୍ଟ ରେ ହାତ ଗୋଡ ବାନ୍ଧି ମରଣାନ୍ତକ ଆକ୍ରମଣ କରାଗଲା ଏହା ଅତ୍ୟନ୍ତ ଦୁଃଖ, ପରିତାପ ଓ ଲଜ୍ଜ୍ୟା ଜନକ ଘଟଣା । ସାମ୍ବାଦିକ ଙ୍କୁ ଆକ୍ରମଣ ନୁହେଁ ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ସାମ୍ବାଦିକତା ଉପରେ ଆକ୍ରମଣ ହୋଇଛି ।

ଏହି ଦୁର୍ଭାଗ୍ୟ ଜନକ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଅଦ୍ୟାବଧି ଫେରାର ଅଛି । ଏଭଳି ସମ୍ବେଦନଶୀଳ ଘଟଣାର ମୁଖ୍ୟ ଅଭିଯୁକ୍ତ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ଠିକାଦାର କୁ ଅବିଳମ୍ବେ ଗିରଫ କରି ସବୁଦିନ ପାଇଁ ତାଙ୍କ ଠିକାଦାରୀ ଲାଇସେନ୍ସ ବାତିଲ କରିବା ସହିତ ସାମ୍ବାଦିକ ମନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଭୁବନ ସାମ୍ବାଦିକ ସଂଘ ଦାବି କରିଛି ।

ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ନେତୃତ୍ଵରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ, ରବୀନ ଦାସ,ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ,ସଞ୍ଜୟ ନାୟକ,କମଳ ଲୋଚନ ମହାରଣା,ନିରଞ୍ଜନ ଗୁରୁ,ଚିତ୍ତ ରଞ୍ଜନ ମିଶ୍ର, ମାତାଜି ସାହୁ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟରେ ଭୁବନ ଥାନା ଆଇ ଆଇ ସି ଶ୍ରୀଯୁକ୍ତ ଧୀରେନ୍ଦ୍ର ସ୍ୱାଇଁ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *