କଟକ ସଦର,୨୬/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ପ୍ରହରାଜପୁର ପଞ୍ଚାୟତ ହାଡି ଭୋଇ ସାହିର ଜନୈକ ସତ୍ୟ ସନାତନ ଭୋଇ ସମ୍ପର୍କୀୟ ମାଇଁ ଙ୍କୁ ବଳପୂର୍ବକ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏହାକୁ ଗୁରୁତ୍ଵ ଦେଇ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଥାନା କୁ ଉଠାଇଆଣି ଅଟକ ରଖିଥିଵା ଅଭିଯୁକ୍ତ ସତ୍ୟ ସନାତନ କୁ ଆଜି ସୋମବାର ସାବିତ୍ରୀ ଦିନ ମାମଲା ନଂ ୧୨୨/୨୦୨୫, ଦଫା ୧୨୬(୨)୭୪ ଵିନଏସ୍ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଉକ୍ତ ଘଟଣାର ତଦନ୍ତଭାର ଏଏସଆଇ ତୃପ୍ତିମୟୀ ପଢିଆରୀ ନେଇଥିବା ଜଣାଯାଇଛି । ହେଲେ ଉକ୍ତ ସମ୍ବେଦନଶୀଳ ଘଟଣା ର ରଫାଦଫା ପାଇଁ ବିଭିନ୍ନ କ୍ଷେତ୍ରରେ ଉଦ୍ୟମ ହୋଇଥିବା ବେଳେ ତାହା ଫଳପ୍ରଦ ହୋଇପାରି ନଥିବା ଜଣାପଡ଼ିଛି।
