ଭାରତମାତା ପ୍ରକଳ୍ପ ପାଇଁ ସପକ୍ଷ ଓ ବିପକ୍ଷ କ୍ଷତିଗ୍ରସ୍ତ ଲୋକଙ୍କ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 

କଟକ ସଦର,୨୩/୦୫/୨୦୨୫ (ଓଡ଼ିଶା ସମାଚାର /ଵିଷ୍ଣ ବେହେରା): କେନ୍ଦ୍ର ସରକାରଙ୍କ ଭାରତମାତା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କଟକ ଟାଙ୍ଗି ଜାତୀୟ ରାଜପଥ ଠାରୁ କଟକ ପାରାଦୀପ ରାଜ୍ୟ ରାଜପଥର କମରପଦା ପର୍ଯ୍ୟନ୍ତ ୨୧ କିମି ଗ୍ରୀନ ଫିଲ୍ମ ହାଇୱେ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହାକୁ ସ୍ୱ।ଗତ କରି କ୍ଷତିଗ୍ରସ୍ତ ହେଉଥିବା ଲୋକେ ପ୍ରଥମ ପ୍ରଥମ ଡିପିଆର ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାକୁ ଆଜି ଶୁକ୍ରବାର ଦିନ ଘନଶ୍ୟାମ ସେଠୀ  (ଗଗନ)ଙ୍କ ନେତୃତ୍ଵରେ ସତ୍ୟଜିତ ରାୟ, ଅଶୋକ ସାହୁ, ଅକ୍ଷୟ ସାହୁ,ମଳୟ ପ୍ରଧାନ, ଲକ୍ଷ୍ମୀଧର ସାହୁ, ଚନ୍ଦ୍ରଶେଖର ସାହୁ, ଭାନୁମତୀ ସେଠୀ ପ୍ରମୁଖ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶଙ୍କୁ ଭେଟି ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ସେହିପରି କ୍ଷତିଗ୍ରସ୍ତ ହେବାକୁ ଥିବା କମରପଦା ବଜାରକୁ ରକ୍ଷା କରିବା ପାଇଁ ଡିପିଆର ପରିବର୍ତ୍ତନ କରିବାକୁ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ଵରେ ଶରତ ଚନ୍ଦ୍ର ଦାଶ, ରମେଶ ସେଠୀ  (ଭାଲୁ), ଭଗଵାନ ପ୍ରଧାନ ପ୍ରମୁଖ ତହସିଲଦାର ଙ୍କୁ ଆଜି ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଉଭୟଙ୍କ ଦାବି ପତ୍ର କୁ ଵିଚାର ପାଇଁ ବିଭାଗୀୟ ଉଚ୍ଚ ର୍କୃପକ୍ଷଙ୍କ ସହିତ ଜିଲ୍ଲା ପ୍ରଶାସନ କୁ ତହସିଲଦାର ପ୍ରେରଣ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *