ଯାଜପୁର,୦୫/୦୪/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଯାଜପୁର ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଭାବେ ୨୦୧୨ କାଡର ଆଇଏଏସ୍ ଅଧିକାରୀ ନିଖିଲ ପୱନ କଲ୍ୟାଣ ଯୋଗଦାନ କରି ଡା. ଶୁଭଙ୍କର ମହାପାତ୍ର, ଆଇଏଏସ୍ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରା କଲ୍ୟାଣ ପୂର୍ବରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଧେଶକ ପଦବୀରେ କାର୍ଯ୍ୟ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ କଟକ ମହାନଗର ନିଗମ ଆୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲା କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, କଳିଙ୍ଗ ନଗର ଶ୍ରୀ ଲେଙ୍କଶର ଅମାତ, ଜିଲାପାଳପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକଙ୍କ ସମେତ ଜିଲା କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କୁ ସ୍ୱାଗତ ଜଣାଇଥିଲେ ।