ଯାଜପୁର ଜିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ।

ଯାଜପୁର, ୦୪/୦୧/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏକ ଅଭିନବ ଯୋଜନା ଅଟେ । ବରିଷ୍ଠ ନାଗରିକ ମାନେ ବିନା ଖର୍ଚ୍ଚରେ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଭାରତର ବିଭିନ୍ନ ଏ÷୍ୟତିହ୍ୟ ଓ ସଂସ୍କୃତି ସଂପନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ଅଟେ । ଆଜି ଅପରାହ୍ନରେ ଯାଜପୁର ଜିଲାରୁ ୯୦ ଜଣ ଏକକ ତୀର୍ଥ ଯାତ୍ରୀ ଓ ୪୪ ଗୋଟି ଦମ୍ପତି ତୀର୍ଥ ଯାତ୍ରୀ ମାନଙ୍କର ପରିଭ୍ରମଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ, ରାଜସ୍ୱ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ପତାକା ଦେଖାଇ ୪ ଗୋଟି ବସ୍ ରେ ବାଲେଶ୍ୱର ଅଭିମୁଖେ ସ୍ୱତନ୍ତ୍ର ରେଳରେ କେନ୍ଦ୍ର ଭାରତର ଊଜ୍ଜୟିନୀ ଏବଂ ଓମକାରେଶ୍ୱର ଯାଉଥିବା ଯାତ୍ରୀ ମାନଙ୍କ ବସକୁ ଶୁଭାରମ୍ଭ କରି ତୀର୍ଥ ଯାତ୍ରୀ ମାନଙ୍କ ତୀର୍ଥ ଦର୍ଶନର ଶୁଭ କାମନା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଯାଜପୁର ଜିଲାର ତୀର୍ଥ ଯାତ୍ରୀ ମାନଙ୍କର ସଫଳ ତୀର୍ଥ ଯାତ୍ରା ପରିଭ୍ରମଣ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀ ଜ୍ଞାନ ରଂଜନ ବେହେରା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ଧର୍ମଶାଳା, ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଅରୁଣ କୁମାର ସାହୁ, ଶିକ୍ଷକ ଶ୍ରୀ ସଂଜୟ ମିଶ୍ର, ଶ୍ରୀ ସୁବାଷ ଚନ୍ଦ୍ର ଦାସ ୪ ଜଣଙ୍କୁ ତଦାରଖ ନିମନ୍ତେ ଏସ୍କର୍ଟ ଅଫିସର ଭାବେ ନିୟୋଜିତ କରାଯାଇଛି । ସେହିପରି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଦୟାନିଧି ବେହେରାଙ୍କୁ ମଧ୍ୟ ତୀର୍ଥ ଯାତ୍ରୀ ମାନଙ୍କର ଯତ୍ନ ନେବାକୁ ସାମିଲ କରାଯାଇଛି । ଯାଜପୁର ଜିଲାକୁ ମିଶାଇ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଂଜକୁ ନେଇ ୫ ଗୋଟି ଜିଲାର ୯୭୦ ଜଣ ଯାତ୍ରୀ ସାମିଲ ହୋଇଥିବା ବେଳେ ଯାଜପୁର ଜିଲାର ୧୭୮ ଜଣ ତୀର୍ଥଯାତ୍ରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରୁ ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯାଂଚ କରାଯାଇ ବାଲେଶ୍ୱରରୁ ସ୍ୱତନ୍ତ୍ର ରେଳରେ ଯାତ୍ରା କରିବା ପାଇଁ ଊପ-ନିର୍ଦ୍ଧେଶିକା, ପର୍ଯ୍ୟଟନ ତଥା ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ହିମାଳୟା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆସନ୍ତା କାଲି ବାଲେଶ୍ୱର ରେଳ ଷ୍ଟେସନରୁ ପୂର୍ବାହ୍ନ ଘ. ୧୧.୩୦ ମିନିଟ୍ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆଭାଷୀ ମାଧ୍ୟମରେ ଶୁଭାରମ୍ଭ କଲାପରେ ସ୍ୱତନ୍ତ୍ର ରେଳ ଯାତ୍ରୀ ମାନଙ୍କୁ ଧରି ଊଜ୍ଜୟିନୀ ଓ ଓମକାରଶ୍ୱର ଅଭିମୁଖେ ଯାତ୍ରା କରିବ । ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ, ପେୟ ଏବଂ ଚିକିତ୍ସା ସହ ସମସ୍ତ ସୁବିଧା ରେଳରେ ଉପଲବ୍ଧ ପାଇ ତୀର୍ଥ ଭ୍ରମଣ କରି ୧୧ ତାରିଖ ଦିନ ଯାଜପୁରରେ ପହଂଚିଲା ପରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିବେ । ଏହି ପରିପ୍ରେକ୍ଷୀରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀ ଚଳ୍ରୱର୍ତୀ ସିଂହ ରାଠୋର ଯାଜପୁର ଜିଲାର ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନେ ବିନା ବାଧା ବିଘ୍ନରେ ତୀର୍ଥ ଭ୍ରମଣ କରି ଯାଜପୁରକୁ ଫେରି ଆସିବାକୁ ମା ବିରଜାଙ୍କ ନିକଟରେ ପ୍ରାର୍ଥନା କରିବା ସହ ସମସ୍ତ ୧୭୮ ଜଣ ତୀର୍ଥ ଯାତ୍ରୀ ମାନଙ୍କର ଶୁଭ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *