ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ

ଜଗତସିଂହପୁର,୨୫/୧୦/୨୦୨୪ (ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା’ ଦାନା ‘ପ୍ରଭାବ ରେ  ଜିଲ୍ଲା ରେ ପବନ ଓ ବର୍ଷା ଗତକାଲି ଠାରୁ ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଇଛି। ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୪-୨୨୦୩୬୮) ଖୋଲା ଯାଇଛି। ଜିଲ୍ଲା ରେ ବାତ୍ୟା ଦାନା ର ପ୍ରଭାବ ରେ ସେପରି କୌଣସି କ୍ଷୟ କ୍ଷତି ହୋଇନାହିଁ। ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ରେ କାଲି ରାତି ସୁଦ୍ଧା ୪୧୧୬୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେମାନଙ୍କୁ ସକାଳେ ଶୁଖିଲା ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନ ଭୋଜନ ଓ ରତିରେ ରନ୍ଧା ଖାଦ୍ୟ ଦିଆଯାଇଥିଲା।ଆଭାସୀ ମାଧ୍ୟମରେ ବି.ଡି.ଓ ଓ ତହସିଲଦାର ମାନଙ୍କ ସହିତ ସ୍ଥାନାନ୍ତରିତ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳ କାଲି ଆଲୋଚନା କରିଥିଲେ। ଯେଉଁମାନଙ୍କର କଚ୍ଚା ଘର, କିମ୍ବା ଘରର ଅବସ୍ଥା ଠିକ୍ ନାହିଁ ସେମାନଙ୍କୁ ଆଶ୍ରୟସ୍ଥଳୀରୁ ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।  ତହସିଲଦାର ମାନଙ୍କ ଟିମ୍ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକତା ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ର ପ୍ରଭାବ କମିଯାଇଥିବାରୁ ସ୍ଥାନାନ୍ତରିତ ଲୋକ ମାନେ ନିଜ ନିଜ ଘରକୁ ଫେରିଯାଇଛନ୍ତି।ଜିଲ୍ଲା ୫୦୦୦ ଲିଟର ୨୯ ଟି ଟ୍ୟାଙ୍କର ମଧ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଇ ଥିଲା । ଜିଲ୍ଲା ର ପାଇପ ୱାଟର ସପ୍ଲାଏ  ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଅଛି। ସମସ୍ତ ବ୍ଲକ୍ ପାଖରେ ଡିଜି ସେଟ୍ ପାୱାର ବ୍ୟାକ ଅପ ପାଇଁ ମହଜୁଦ ରହିଥିଲା। ୨୫ ତାରିଖ ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ଜିଲ୍ଲାର ୮ ଟି ବ୍ଲକ୍ ୨ ଟି ମ୍ୟୁନିସପାଲିଟି ର ୧୯୨ ଆଶ୍ରୟସ୍ଥଳ ର ୪୧୧୬୭  ପ୍ରଭାବିତ  ଲୋକଙ୍କୁ  ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି।  କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ପାରାଦ୍ଵୀପ ପୌରାଞ୍ଚଳ  ଓ କୁଜଙ୍ଗ ରେ କିଛି ସ୍ଥାନରେ  ଭାଙ୍ଗି  ଯାଇଥିବା ଗଛ ଓଡରଫ ଏନଡିଆରଏଫ ଅଗ୍ନିଶମ ବିଭାଗ ଦ୍ବାରା କାଟି ରାସ୍ତା ପରିଷ୍କାର କରଯାଇଛି। କୌଣସି  ଗୋରୁ ଗାଈ ପ୍ରଭାବିତ ହୋଇଥି ନ ଥିବାବେଳେ ସେମାନଙ୍କ  ବାତ୍ୟା ପ୍ରଭାବରେ  ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇ ନ ଥିବା ର ସୂଚନା ମିଳିଛି। ଆଜି ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୪୦ କୁଇଣ୍ଟାଲ୍ ଚୂଡ଼ା, ୧ କୁଇଣ୍ଟାଲ ଗୁଡ଼,  ବଣ୍ଟନ କରାଯାଇଛି। ଜିଲ୍ଲାରେ ୨୦ ଟି ମେଡିକାଲ ଟିମ୍ ଓ ୨୪ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳ ପାଇଁ ନିୟୋଜିତ ହୋଇଥିଲେ।ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ୧୦୮.୨ ମିମି ରହିଥିଲା। ପାରାଦ୍ଵୀପ ପୌରାଞ୍ଚଳ ରେ ସର୍ବାଧିକ ୪୮.୨ ମି.ମି., ହୋଇଥିବାବେଳେ ସବୁଠୁ କମ୍ ନାଉଗାଁ ବ୍ଲକ୍ ରେ ୩ ମି.ମି., ବର୍ଷା ହୋଇଛି। ଜିଲ୍ଲା ର ହାରାହାରି ବର୍ଷା ୧୨.୦୨ ମି.ମି., ରହିଛି। ଅପରାହ୍ନ ୩ ଟା ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଜିଲ୍ଲା ପାଇଁ ୟେଲୋ ୱାରନିଂ ରହିଛି। ଫଳରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *