ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଲାଞ୍ଜିଗଡ,୦୨/୯/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଳା  ଲାଞ୍ଜିଗଡ ବ୍ଳକ୍ ଅନ୍ତର୍ଗତ ମଧୁପୁର ସରକାରୀ (ଏସ୍.ଏସ୍. ଡି) ବାଳିକା ଉଚ୍ଚ ଵିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜ ଏଵଂ ସଭାପତି ଭାବେ ଅନୁଷ୍ଠାନ ର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ  ଏବଂ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, କଳାହାଣ୍ଡି ର ସାଧାରଣ ସମ୍ପାଦକ ସନ୍ଦୀପ୍ ମିଶ୍ର ଉପସ୍ଥିତ ରହି କୁନିକୁନି ବୈଜ୍ଞାନିକ ମାନଙ୍କୁ ଆହୁରି ଉନ୍ନତ ଧରଣର ମଡେଲ୍ ପ୍ରସ୍ତୁତ କରି  ଆହୁରି ଆଗକୁ ବଢ଼ିବାକୁ ଉପଦେଶ ଦେଇଥିଲେ । ବିଜ୍ଞାନ ପ୍ରଦର୍ଶନୀ ର ବିଚାରକ ଭାବେ ଜୁନାଗଡ଼ ସରକାରୀ(ଏମ୍.ଏସ୍.ଡି) ବାଳିକା ଉଚ୍ଚ ଵିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ,କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଶିଳ କୁମାର ନାଗ ଏଵଂ ବିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର  ଯୋଗ ଦେଇଥିଲେ । ଅନୁଷ୍ଠାନ ର ବିଜ୍ଞାନ ଶିକ୍ଷୟିତ୍ରୀ ନମିତା ମାଝୀ ଏଵଂ ସସ୍ମିତା ସାହୁ ଙ୍କ ମାର୍ଗ ଦର୍ଶନ ରେ ସମୁଦାୟ ୨୩ ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା । ବରିଷ୍ଠ ବିଭାଗ ରେ ନିହାରିକା  ଏଵଂ ସହଯୋଗୀ ପ୍ରଥମ,କସ୍ତୁରୀ ଦ୍ଵିତୀୟ,ପଙ୍କଜିନୀ ଓ ସହଯୋଗୀ ତୃତୀୟ ସେହିପରି କନିଷ୍ଠ ବିଭାଗ ରେ ଗୀତାଞ୍ଜଳୀ ପ୍ରଥମ,ହରି ପ୍ରିୟା ଓ ଚଞ୍ଚଳା  ଦ୍ଵିତୀୟ ଏବଂ ଜୟପ୍ରଭା ଓ ସହଯୋଗୀ ତୃତୀୟ ହୋଇଥିଲେ। ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସତ୍ୟବାଦୀ ନାଏକ,କ୍ରୀଡା ଶିକ୍ଷକ କାମସେନ୍ ଭୋଇ, ସାରିକା ପଣ୍ଡା,ବସନ୍ତ ପାଣ୍ଡେ,ସୋନାଲିକା ପାଢ଼ୀ, ଵୈଜୟନ୍ତୀ ବେହେରା ,ପାର୍ଥ ଶବର,ଦିଲିପ୍ ସାହୁ,ସୁଧାଂଶୁ ସାସ୍ ମଲ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *