ସାଲେପୁର,୨୦/୦୫/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁ ସେବା ପରିଷଦ ଓ ଓଡିଶା ସରକାରଙ୍କ ସଂସ୍କୃତି, ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ପୂର୍ବକଛ ଲକ୍ଷ୍ମୀ ନୃସିଂହ ଯାତ୍ରା ପଡ଼ିଆରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଚନ୍ଦନ ମହୋତ୍ସବ ଉଦଯା ପିତ ହୋଇଯାଇଛି ।
ଗତ ୧୪ ତାରିଖ ସନ୍ଧ୍ୟାରେ ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଚନ୍ଦନ ମହୋତ୍ସବ କୁ ଉଦଘାଟନ କରି ଥିଲେ । ବିଧାୟକ ଶ୍ରୀ ବେହେରା ଙ୍କ ସହିତ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ବେହୁରା ମଧ୍ୟ ଯୋଗ ଦଇଥିଲେ । ୨ୟ ସନ୍ଧ୍ୟାରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା,୩ୟ ସନ୍ଧ୍ୟାରେ ଲୋକସେବକ ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ ମହାନ୍ତି ଓ ମନ୍ଦିର ମନେଜିଙ୍ଗ ଟ୍ରଷ୍ଟି ଧ୍ରୁବ ଚରଣ ବେହେରା ଓ ଅନ୍ୟତମ ଟ୍ରଷ୍ଟି କାର୍ତକ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।
ସେହିପରି ୪ଥ ସନ୍ଧ୍ୟାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି ପ୍ରଫୁଲ କୁମାର ସ୍ୱାଇଁ ଓ ଅନ୍ତିମ ଦିବସରେ ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ଲକ୍ଷ୍ମୀ ନୃସିଂହ ମହାପ୍ରଭୁ ସେବା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଲୋକନୃତ୍ୟ, ଓଡିଶୀ, ସମ୍ବଲପୁରୀ, ଗୀତିପୁଅ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା ।
ଶେଷ ଦିନ ସାର୍ଥକ ଚାନେଲରେ ପ୍ରଦର୍ଶିତ ଧାରାବାହିକ ର କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମ କୁ ପରିଷଦର ସଭାପତି ପ୍ରଭାତ ପାଣିଗ୍ରାହୀ, ସମ୍ପାଦକ ଦୀପକ ପାଣିଗ୍ରାହୀ, ଉପଦେଷ୍ଟା ସନାତନ ଦାଶ ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମ ଦେଖିବା ନିମନ୍ତେ ସ୍ଥାନୀୟ ଅଂଚଳର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ ।
