ପ୍ରତୀକ ଭିଜନ ଥିଏଟରର ବିଦାୟୀ ବର୍ଷ ପାଇଁ ନିଆରା କାର୍ୟକ୍ରମ ।

ସାମିଲ ହେଲେ ଯାଜପୁର ବହୁ ବୁଦ୍ଧିଜୀବି , ସାମ୍ବାଦିକ , ସଙ୍ଗଠନ ପ୍ରେମୀ
ଯାଜପୁର, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- ଅଗ୍ରଣୀ ଥିଏଟର ଅନୁଷ୍ଠାନ ପ୍ରତୀକ ଭିଜନ ଗ୍ରୁପ ପକ୍ଷରୁ ବିଦାୟୀ ବର୍ଷ ଓ ନୂତନ ବର୍ଷ ଆଗମନ ନିମନ୍ତେ ଆଜି ଯାଜପୁର ବିଚିତ୍ରପୁର ପଂଚାୟତ ବୁଢ଼ୀକଣ୍ଢେଇ ଠାରେ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଥାନ ଏକ ପିକନିକ ସ୍ପଟ ହୋଇଥିବାରୁ ଏଠାରେ ବିଭିନ୍ନ ଅଂଚଳରୁ ବହୁ ଅନୁଷ୍ଠାନ ଓ ଲୋକ ପିକନିକ୍ କରିବାକୁ ଆସିଥାନ୍ତି । ଯେହେତୁ ଆଜି ବର୍ଷର ଶେଷ ଦିନ ଓ ରବିବାର ହେତୁ ଏଠାରେ ଆଜି ବହୁ ଲୋକ ଆସିଥିବା ଦେଖିବାକୁ ମିଳିଥିଲା । ମରୋଞ୍ଜନ ନିମନ୍ତେ ପ୍ରତୀକ ଭିଜନ ଥିଏଟର ପକ୍ଷରୁ ଏକ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ବିଶ୍ଵାଳ, ଗୀତିକାର ଗୌତ୍ତମ୍ , ଲିଟୁଆ ,ବୈଦ୍ୟନାଥ ପଣ୍ଡା , ନୀଳାଦ୍ରି ସାହୁ , ଲିପିକା ,ସନ୍ତୋଷ ପତି ଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସ୍ମରଜିତ୍ ମହାନ୍ତି , ଦିଲ୍ଲୀପ ଦାଶ , ତପନ ମହାରନ୍ୟ ଶର୍ମା , ସୁରେଶ କର ପ୍ରମୁଖ ଯୋଗ ଦେଇ ଗୀତିକାର ମାନଙ୍କୁ ସମ୍ମାନିତ କରିଥିଲେ । ଅନୁଷ୍ଠାନ ର ଏଭଳି କାର୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ , ଲୋକ ମାନେ ସାଧୁବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *