କଟକ ସଦର, ୧୯/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ରବିବାର ଅପରାହ୍ନରେ କଟକ ସିଡିଏ ୧୧ ନିକଟରେ କାଠଯୋଡି ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବାହାର ରାଜ୍ୟ ମହାରାଷ୍ଟ୍ର ର ଦୁଇ ଯୁବ ଇଂଜିନିୟର ବୁଡି ଯାଇଥିବା ବେଳେ ଜଣଙ୍କର ଶବ ଉଦ୍ଧାର ହୋଇଥିଲା।
ହେଲେ ଅନ୍ୟ ଜଣଙ୍କ ଶବକୁ ଅଗ୍ନିଶମ ବିଭାଗ ଆଜି ସୋମବାର ଦିନ ଉଦ୍ଧାର କରିଥିବା ଜଣାପଡିଛି। ସିଡିଏ ସେକ୍ଟର ୧୦ ରେ ରହୁଥିବା ମୃତ ଇଂଜିନିୟର ଦ୍ୱୟ ହେଲେ ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ର ରୁତିକେଶ ମତାଲ (୨୫) ଓ ରୁତିକ୍ ଶଙ୍କର ଭୁଂଜାନେ(୨୬) ବୋଲି ଜଣାପଡିଛି। ଏମାନେ ସମସ୍ତେ କଟକ ଏସସିଵି ସଂପ୍ରସାରଣ କାର୍ଯ୍ୟରେ ଏକ ଘରୋଇ ଏଲଆଣ୍ଡଟି ସଂସ୍ଥା ପାଇଁ ଟେକନିସିଆନ ଭାବେ କାମ କରୁଥିଲେ।
