ହିନ୍ଦୋଳ ବନବିଭାଗ ଦ୍ୱାରା ଜନ୍ତୁମାଂସ ଜବତ ,ଦୁଇଶିକାରୀ କୋର୍ଟ ଚାଲାଣ

ଖଜୁରିଆକଟା,୧୬/୦୫/୨୦୨୫ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନବିଭାଗ ଚଡାଉ କରି ଜନ୍ତୁମାଂସ ଜବତକରି ଦୁଇଜଣଙ୍କୁ ଗିରଫ କରିଛି। ଖବରରୁ ପ୍ରକାଶ ଗତକାଲି ଢେଙ୍କାନାଳ ଓ ହିନ୍ଦୋଳ ବନାଞ୍ଚଳ ଅଧିକାରୀମାନେ ବିଶେଷ ସୂତ୍ରରୁ ଖବରପାଇ ସ୍ପଷ୍ଟଦିବାଲୋକରେ ଜଙ୍ଗଲୀଜନ୍ତୁ କୁଟୁରା ମାରି ରସୋଳ ଫରେଷ୍ଟ ବିଟ ହାଉସ ସାମ୍ନାରେ ମାଂସ ବିକ୍ରି କରୁଥିବାବେଳେ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବାସହ ୫କେଜି କୁଟୁରା ମାଂସ,ଗୋଟିଏ ହରିଣ ସିଂଘ,୨କେଜି ଜିଆଇ ତାର,୨ଟି ଜନ୍ତୁ ଶିକାର ପାଇଁ ଉଦ୍ଧିଷ୍ଟ ତାର, ଗୋଟିଏ କୁରାଢ଼ୀ ଜବତ କରିଛନ୍ତି।

ଗିରଫ ଶିକାରୀ ଦ୍ବୟ ରସୋଳଥାନା ନାଉକିଆରୀ ଗ୍ରାମର ବିଜୟ ସାହୁଙ୍କ ପୁଅ ଲିଟୁ ସାହୁ(୩୩),ରସୋଳଥାନା ଦାଣ୍ଡିରୀ ଫରେଷ୍ଟ ବିଟହାଉସ ୱାଚର ତଥା ଦାଣ୍ଡିରୀ ଗ୍ରାମର ମଣିଆ ନାଏକଙ୍କ ପୁଅ ମହେନ୍ଦ୍ର ନାଏକ(୨୧), ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି ହିନ୍ଦୋଳ ଫରେଷ୍ଟରେଞ୍ଜ କେଶନଂ 1,ଏବଂ କେଶନଂ11H of ୨୦୨୫-୨୬,ରସୋଳବିଟ ଓ ସେକ୍ସନରେ ଗିରଫକରି ଆଜି କୋର୍ଟ ଚାଲାଣ କରାଯାଇଛି। ତେବେ ଏଠାରେଜନସାଧାରଣଙ୍କ ମନରେ ସ୍ୱତଃପ୍ରଶ୍ନ ଉଠୁଛି ବନବିଭାଗ ୱାଚରଙ୍କ ପୁଅ ଯଦି ଜନ୍ତୁଶିକାର କରୁଛି ତେବେ ବନବିଭାଗ କର୍ମଚାରୀଙ୍କ ସମ୍ପୃକ୍ତିରେ ଏହି ଅବାଧ ଜନ୍ତୁଶିକାର କାହିଁକି ହେଉନଥିବ?

ନିକଟରେ ଦୁର୍ଦ୍ଧାନ୍ତ ଶିକାରୀ ତଥା ଅପରାଧୀଙ୍କ ଦ୍ୱାରା ଚୋରା ବନ୍ଧୁକରେ ଜନ୍ତୁ ଶିକାର ବେଳେ ହିନ୍ଦୋଳ ବନାଞ୍ଚଳରେ ଦୁଇଦୁଇଟି ମଣିଷ ହତ୍ୟା ଘଟିଥିବାବେଳେ ଓ ହାତୀଆକ୍ରମଣ ଜନିତ ମୃତ୍ୟୁ,ଶିକାରୀଙ୍କ ଦ୍ୱାରା ହାତୀ ମୃତ୍ୟୁ ରୋକିବାରେ ବିଫଳ, ଅଭେନ୍ୟୁପ୍ଲାଣ୍ଟ, ମିଥ୍ୟା ପୋଖରୀ ଖୋଳା ଦୁର୍ନୀତିସହ ଜଙ୍ଗଲରୁ ମୋରମ କାଟି ନାମକୁମାତ୍ର ଜଙ୍ଗଲରାସ୍ତା ନିର୍ମାଣ, ଚାରା ରୋପଣ ଇତ୍ୟାଦି ବହୁ ଅନିୟମିତତା ରେ ଉବୁଟୁବୁ ହିନ୍ଦୋଳ ବନବିଭାଗ ନିଜ ଅପାରଗତାକୁ ଘୋଡାଇବାକୁ ନାମକୁମାତ୍ର ଚଢ଼ାଉକରି ବାହାବା ନେବାକୁ ଚେଷ୍ଟା କରୁଥିବା ଜନସାଧାରଣ ଆଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *