ମାଣିକ ଫାଉଣ୍ଡେସନ ଓ ଏକତା ଗୃପର ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ପାଳନ

ରାଉରକେଲା,୧୭/୦୪/୨୦୨୫ (ଓଡ଼ିଶା ସମାଚାର)- ମାଣିକ ଫାଉଣ୍ଡେସନ ଓ ଏକତା ଗୃପର ତରଫରୁ ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣିକ ଫାଉଣ୍ଡେସନ ର ପ୍ରତିଷ୍ଠାତା କାର୍ତ୍ତିକ ରାଉତ , ସଭାପତି କାମିନୀ ମହାନ୍ତ ଙ୍କ ତତ୍ବାବଧନ  ରେ ୭/୧୭ ଛକ ଠାରେ ୩ ପ୍ରକାର ପଣା ପ୍ରସ୍ତୁତ କରାଯାଇ ପଥଚାରୀ ଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶିବାନନ୍ଦ ଆଶ୍ରମ ,  ଡିଭାଇନ ଲାଇଫ ସୋସାଇଟି ର ସଂପାଦକ ରାମକୃଷ୍ଣ ତ୍ରିପାଠୀ ସମ୍ମାନିୟ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସଂଗୀତ ଗୁରୁ ଜ୍ୟୋତିମୟ ଆଚାର୍ଯ୍ୟ, ଜାହାଙ୍ଗୀର ହକ , ଅନନ୍ତ ନାରାୟଣ ମହାନ୍ତି, ଗ୍ରେସି ଡେଭିଡ, ଇନ୍ଦିରା ନାୟକ ସମରକାନ୍ତ ମଲ୍ଲିକ, ମିନାକ୍ଷୀ ପାଢୀ, ସଲିଲ ସାହୁ, ସରୋଜ ନାୟକ, ଲିନା ବିଶ୍ଵାଳ, ନମିତା ଜେନା, ପ୍ରାଞ୍ଜଳୀ, ରଶ୍ମୀରେଖା, ପୁଷ୍ପାଞ୍ଜଳୀ ଦାସ, ଗାୟତ୍ରୀ ମହାନ୍ତି, ବୁଢ଼ା ଭାଇ, ଅମୀୟ ଲତା, ସୁଜାତା, ଗମ୍ଭୀରା, ଶାନ୍ତି, ସରୋଜିନୀ, ଅଜିତା, ଅର୍ଚ୍ଚନା ,  ପୁଷ୍ପା ମିଶ୍ର, ଶୋଭା, ସବିତା,ମଇନା , ମିଲି, କଳ୍ପନା  ହାତୀ, ସୈମ୍ୟାଶ୍ରୀ  ପ୍ରିୟଙ୍କା ସାବତ, ସଞ୍ଜୁକ୍ତା, ଅର୍ଚ୍ଚନା , ବାସନ୍ତୀ, ସୁରେଶ ସାବତ, ବିଶ୍ଵଜିତ୍ , ମୁରଲୀ, ଦିବାକର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷ ରେ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ଶିବାନନ୍ଦ ଆଶ୍ରମର ସମସ୍ତ ବ୍ୟକ୍ତି ମାଣିକ ଫାଉଣ୍ଡେସନ କୁ ସହଯୋଗ ର ହାତ ବଢ଼ାଇ ଥିଲେ। ସେହିପରି ସେକ୍ଟର ୨୦ ଛକଠାରେ ବସୁମତୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଦହି ସର୍ବତ, ଲସି,ଟଙ୍କ ତୋରାଣି ଓ ଖେଚୁଡ଼ି ଆଦି ପଥଚାରୀ ଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏଥିରେ ଏକତା ଗୃପର ସମସ୍ତ ସଭ୍ୟ ଯୋଗଦେଇ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ବଣ୍ଟନ କରାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *