ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ ଓ ଗୋଟିଏ ପ୍ରକଳ୍ପ ର ଉଦଘାଟନ  

କଟକ ସଦର,୧୪/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ବୁଧବାର ଅପରାହ୍ନରେ କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଥଙ୍ଗା କାଠପୋଲ ନିକଟରେ ଏକ କଲ୍ୟାଣ ମଣ୍ଡପ ଓ ସିଦ୍ଧେଶ୍ଵରପୁର ଠାରେ ଏକ ସୁବିଧା କେନ୍ଦ୍ର ର  ଶିଳାନ୍ୟାସ ହୋଇଛି ।

କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏହି ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ କରିଥିବା ବେଳେ ଏଥି ସହିତ ଆୟତପୁର ପଞ୍ଚାୟତ ଆୟତପୁର ଠାରେ ଡେକେୟାର  ସ୍ୱ।ସ୍ଥ୍ୟ ଓ କଲ୍ୟାଣ ଉପକେନ୍ଦ୍ର କୁ ଉଦଘାଟନ କରିଥିବା ଜଣାଯାଇଛି।

ଶିଳାନ୍ୟାସ କାର୍ଯ୍ୟକ୍ରମ ରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କନ୍ଦରପୁର ସରପଂଚ ସୁଵାସୀନି ରାଉତ, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱ।ଇଁ, ଅକ୍ଷୟ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ଉଦଘାଟନ ଉତ୍ସବରେ ଲକ୍ଷ୍ମୀଧର ଜେନା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *