ଲକ୍ଷ୍ମୀପୁର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) -ଲକ୍ଷ୍ମୀପୁର ବ୍ଲକ୍ ସଦର ପୁରୁଣା ମେଡିକାଲ କଲୋନୀରେ ଥିବା ସାଇ ମନ୍ଦିର ଠାରେ ଦୁଇ ଦିନ ଧରି ବାବାଙ୍କ ୯୮ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବ ଉପଲକ୍ଷେ ଗୁରୁବାର ପରିକ୍ରମା କରିଥିଲା। ଶତାଧିକ ଭକ୍ତ ବାବାଙ୍କ ରଥକୁ ସ୍ଥାନୀୟ ରେଲୱେ ଛକଠାରୁ ଭଜନ କୀର୍ତ୍ତନ କରି ପାଛୋଟି ଆଣି ଥିଲେ। ମଧ୍ୟାହ୍ନରେ ପ୍ରସାଦ ସେବନ ଓ ସନ୍ଧ୍ୟାରେ ପ୍ରବଚନର ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ।
ସାଇ କମିଟି ତରଫରୁ ଏହି ଉତ୍ସବ ବଡ ଧୁମ୍ ଧାମରେ ପାଳନ କରାଯାଇଥିଲା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଲକ୍ଷ୍ମୀପୁର ସତ୍ୟସାଇ ସେବା ଭଜନ ମଣ୍ଡଳିର ଡ.ଦେବସ୍ ବେହେରା,ମାଧବ କର୍କରା,ଭି.ନାଗାରାଜୁ, ସପନ ଦିକ୍ଷିତ,ହୃଶିକେଷ ସାହୁ,ଏକଲବ୍ୟ ଚୌଧୁରି,ଶିବଶଙ୍କର ସାମଲ,ନାରାୟଣ ମାଝି ,ହରେକୃଷ୍ନ ସାହୁ,ଦେବେନ୍ଦ୍ର ନାଥ ସାହୁ,ସୁକାନ୍ତି ସାହୁ,ପ୍ରଫୁଲ ବେହେରା,ବିଶ୍ବନାଥ ପରିଡା ,କଳ୍ପନା ପ୍ରଧାନଙ୍କ ସହଯୋଗରେ କାର୍ୟ୍ୟ କ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା।
ସାଇ ବାବାଙ୍କ ଜନ୍ମ ବାର୍ଷିକୀ ପାଳିତ
