ନୃତ୍ୟରେ ଝୁମିଲେ ପ୍ରତିଯୋଗୀ
ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ୩୦ତମ ଉତ୍ସବ ଅବସରରେ ତିନିଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଦ୍ୱିତୀୟ ଦିବସ ପ୍ରଥମ କାର୍ଯ୍ୟକ୍ରମ କଣ୍ଠସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଶିଶୁ ନୃତ୍ୟଶିଳ୍ପୀମାନେ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।
କଣ୍ଠସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ଶରତ କୁମାର ଦାଶଙ୍କ ପୌରୋହିତ୍ୟରେ ଶିଶୁସାହିତି୍ୟକ ଧନଞ୍ଜୟ ସ୍ୱାଇଁ, ପାରାଦ୍ୱୀପ ଫସ୍ଫେଟସ୍ ଲିମିଟେଡ୍ର ଡି.ଜି.ଏମ୍. ସୁଧୀ ରଞ୍ଜନ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ସଙ୍ଗୀତଭିତିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଚିତ ମହାପାତ୍ରଙ୍କ ପୌରୋହିତ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଓ କବି ପ୍ରଦୀପ କୁମାର ବିଶ୍ୱାଳ ଓ ଖୋରଧା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କ ପାଇଁ ବକ୍ତବ୍ୟ ରଖିଥିଲେ ।
ସଙ୍ଗୀତଭିତିିକ ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟଶିଳ୍ପୀ ଗୁରୁ ଜ୍ୟୋତିର୍ମୟୀ ଦାସ, ଉପସ୍ଥାପିକା ତଥା ନୃତ୍ୟଶିଳ୍ପୀ ଋତୁପର୍ଣ୍ଣା ମହାପାତ୍ର, ନୃତ୍ୟଶିଳ୍ପୀ ସୋନାଲୀ କୁଣ୍ଡ ପ୍ରମୁଖ ବିଚାରକ ଭାବରେ ଯୋଗଦାନ କରି ଯୋଗ୍ୟ ଶିଶୁ ନୃତ୍ୟଶିଳ୍ପୀମାନଙ୍କୁ ଚୟନ କରିଥିଲେ । ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳସ୍ଥିତ ରୟାଲ ହାୟର ସେକଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜିର ଅଡ଼ିଟୋରିଅମ୍ ଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଭିତିକ କାର୍ଯ୍ୟକ୍ରମରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଶହରୁ ଊଦ୍ଧ୍ୱର୍ ଶିଶୁ-କିଶୋର ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଜୁନ୨୮ ତାରିଖ ଦିନ ଜୟଦେବ ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି ।