କଟକ/ଭଦ୍ରକ,୧୬/୧୨/୨୦୨୫ (ଓଡ଼ିଶା ସମାଚାର)- ଭଦ୍ରକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି ।
ସୂଚନା ଅନୁସାରେ, ଚରମ୍ପା ମାଲ୍ ଗୋଦାମ ପାଖରେ ପୋଲିସ ଏନ୍କାଉଣ୍ଟର କରିଛି । କମଳାକାନ୍ତର ଡାହାଣ ଗୋଡ଼ରେ ପୋଲିସ ର ଗୁଳି ବାଜିଛି । ତାଙ୍କୁ ଭଦ୍ରକ ମେଡକାଲରେ ଭର୍ତ୍ତି କରାଯାଇଥିଲା । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଡା ସୁରକ୍ଷା ବଳୟରେ କଟକ ସ୍ଥାନାନ୍ତର କରାଯଇଛି । ପୋଲିସ ଉପରକୁ ବୁଦ୍ଧିଆ ୪ ରାଉଣ୍ଡ ଗୁଳି କରିବା ପରେ ପୋଲିସ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର କରିଛି । ବୁଦ୍ଧିଆ ନାଁ ରେ ରାଜ୍ୟ ରେ ୫୦ ଟି ରୁ ଅଧିକ ଲୁଟ ଓ ଗୁଳିକାଣ୍ଡ ମାମଲା ରହିଛି । ବୁଦ୍ଧିଆର ସହଯୋଗୀ ବାଇକ୍ ରେ ଫେରାର ହୋଇଯାଇଥିବା ସୂଚନା । 
ସୂଚନାନୁଯାୟୀ, ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ନମ୍ଵର ନଥିବା ଏକ କଳା ବାଇକ୍ ରେ ବୁଲୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲା। ବୁଦ୍ଧିଆ ପୁଲିସକୁ ଦେଖି ପ୍ରଥମେ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଏହାପରେ ପୁଲିସ ପାଲଟା ଜବାବ ଦେଇଥିଲା। ଚରମ୍ପା ମାଲ ଗୋଦାମ ନିକଟକରେ ଏହି ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଛି। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରାଧୀ ଜଣକ ବିଭିନ୍ନ ଅପରାଧରେ ଲିପ୍ତ ଥିଲା। କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା। ସୋରରେ ବି ଫାୟାରିଂ କରି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲା। ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ଏହି ଘଟଣାରେ ଭଦ୍ରକ ଏସ୍ ପି କହିଛନ୍ତି ଯେ, ବୁଦ୍ଧିଆ ନାଁରେ ରାଜ୍ୟରେ ୫୦ରୁ ଅଧିକ ମାମଲା ରହିଛି। ଭଦ୍ରକରେ ସୁନା ଦୋକାନ ଲୁଟ୍ ଯୋଜନାରେ ସଂପୃକ୍ତ ଥିଲା । ଫେରାର ଅପରାଧୀକୁ ପୁଲିସ ଖୋଜୁଥିଲା। ବୁଦ୍ଧିଆ ଆଜି ବ୍ୟାଙ୍କ ଓ ସୁନା ଦୋକାନ ଡକାୟତି କରିବା ପାଇଁ ଯୋଜନା କରିଥିଲା। ବୁଦ୍ଧିଆ ପୁଲିସ କୁ ଦେଖି ପୁଲିସ ଉପରକୁ ଫାଇରିଂ କରି ଖସିପଳାଇବାକୁ ଉଦ୍ୟମ କରିଥିଲା । ଆତ୍ମରକ୍ଷା ପାଇଁ ପୁଲିସ ଫାଇରିଂ କରିଛି । ସବୁବେଳେ ପୁଲିସ ଉପରକୁ ଗୁଳି କରି ବୁଦ୍ଧିଆ ଫେରାର ହୋଇଯାଏ ।
