କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

୮୧,୮୬,୬୨୫ ଟଙ୍କା ଜୋରିମାନା ଆଦାୟ
କେନ୍ଦ୍ରାପଡା,୧୦/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ଅଦାଲତ ପରିସରରେ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଭାରପ୍ରାପ୍ତ ଜିଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଜ୍ଞାପରିମିତା ରାଉଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ଏହାକୁ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଏନ୍.ଆଇ.ଆକ୍ଟର ୨୩୮ଟି କେସ୍ ଗ୍ରହଣ କରାଯାଇ ୩୫ଟି କେସ୍ ସମାଧାନ କରାଯାଇଥିଲା ଓ ୨ଲକ୍ଷ ୪୬ହଜାର ୧୨ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

ସେଥିମଧ୍ୟରୁ ଟଙ୍କା ଅସୁଲ୍ କେସ୍ ୧୧୩ଟି ଗ୍ରହଣ କରାଯାଇ ୧୭ଟି ଫଇସଲା କରାଯାଇ ୪୭ଲକ୍ଷ ୪ହଜାର ୩୦୨ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ମୋଟରଯାନ ଦୁର୍ଘଟଣା ଜନିତ କେସ୍ ୧୨ଟି ଗ୍ରହଣ କରାଯାଇ ୫ଟି କେସ୍ର ସମାଧାନ କରାଯାଇ ୨୫ଲକ୍ଷ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତତ୍ ସହିତ ବିବାହ ସମ୍ବନ୍ଧୀୟ ୪୫ଟି କେସ୍ ଗ୍ରହଣ କରାଯାଇ ୧୦ଟି କେସ୍ ର ସମାଧାନ କରାଯାଇଥିଲା । ଭୂଅର୍ଜନ କେସ୍ ୩୦ଟି ଗ୍ରହଣ କରାଯାଇ ୭ଟି ସମାଧାନ କରାଯାଇ ୫ଲକ୍ଷ ୭୬ ହଜାର ୭୨୪ ଟଙ୍କା ଜୋରିମାନା କରାଯାଇଥିଲା । ରାଜସ୍ୱ କେସ୍ ୨୦୯୫ଟି ଗ୍ରହଣ କରାଯାଇ ୧୭୫୬ଟି ସମାଧାନ କରାଯାଇ ୧ଲକ୍ଷ ୪୯ ହଜାର ୫୮୭ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

ଅନ୍ୟ ଦେୱାନୀ କେସ୍ ମଧ୍ୟରୁ ୧୭୧ଟି ଗ୍ରହଣ କରାଯାଇଥିଲା ଓ ୬୮ଟି ଫଇସଲା କରାଯାଇଥିଲା । ଅନ୍ୟ ଫୌଜଦାରୀ କେସ୍ ମଧ୍ୟରୁ ୮୯୩ଟି କେସ୍ ଗ୍ରହଣ କରାଯାଇ ୨୪୪ଟି ଫଇସଲା କରାଯାଇଥିଲା । ସର୍ବମୋଟ ୩୬୨୨ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ୨୧୪୩ଟି ମାମଲାର ସମାଧାନ କରାଯାଇ ୮୧ ଲକ୍ଷ ୮୬ ହଜାର ୬୨୫ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତତ୍ସହିତ ବ୍ୟାଙ୍କ କେସ୍ ମଧ୍ୟରୁ ୨୩୮୯ କେସ୍ ଗ୍ରହଣଯୋଗ୍ୟ ହୋଇ ୨୮୪ଟି ଫଇସଲା କରାଯାଇ ୧କୋଟି ୩୬ଲକ୍ଷ ୧୮ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ବିଦୁ୍ୟତ୍ କେସ୍(ଟିପିସିଓଡିଏଲ୍) ୭୭ଟି କେସ୍ ଗ୍ରହଣ କରାଯାଇ ୬ଟି କେସ୍ ର ସମାଧାନ କରାଯାଇ ୧ଲକ୍ଷ ୪୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *