ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର ୧୦/୦୫/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକ ଅଦାଲତରେ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀମତୀ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନୀଳିମା ପଣ୍ଡା, ସବ ଜଜ୍ ଶ୍ରୀ ରାକେଶ କୁମାର ମୁଦୁଲି, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା, ସବ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍.ଡି.ଜେ.ଏମ୍ ଶ୍ରୀ ନିରଞ୍ଜନ ଦାସ, ମୁନଶିଫ ଶ୍ରୀମତୀ ଅନନ୍ୟା ଦାସ, ଜେ.ଏମ୍.ଏଫ୍.ସି ସଦକ କାଟଜେ ଓ ଅଙ୍କିତ ଦେୱାଙ୍ଗନ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ ।

ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଶ୍ରୀମତୀ ଚିନ୍ମୟୀ ପଣ୍ଡା, ମୁନସିଫ ଶ୍ରୀ ବିଶ୍ଵଭୂଷଣ ନାୟକ, ରଘୁନାଥପୁର ଗ୍ରାମନ୍ୟାୟାଧିକାରିଣୀ ଶ୍ରୀମତୀ ତାନବି ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ ମିଶ୍ର, ପାରସ ପାଢୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ,ରଘୁନାଥପୁର ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ସ୍ଵେଛାସେବୀ ସୁଷମା ପ୍ରଧାନ, ଆଇନଜୀବୀ ଶ୍ରୀ ତ୍ରିଲୋଚନ ସାହୁ ଏବଂ ବରିଷ୍ଠ ଆଇନଜୀବିମାନେ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ  ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ଓ ଟାଟା ପାୱାର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୧୬୪ ମାମଲାରୁ ୧୪୩୮ ଟି ସଫଳତାର ସହ ଫଇସଲା ହେବା ସହିତ ୪ କୋଟି ୨୮ ଲକ୍ଷ ୧୯ ହଜାର ୮୩୫ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ, ଭାରତ ସଞ୍ଚାର ନିଗମ ଲିମିଟେଡ ଓ ଟାଟା ପାୱାରର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୭୨୫ଟି ମାମଳରୁ ୧୫୮ ଟି ସଫଳତାର ସହ ଫଇସଲା ହେବା ସହିତ ୧୭ ଲକ୍ଷ ୬୦ ହଜାର ୪୭୫ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଏରସମା ଅଦାଳତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ଯାଳୟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଜୋରିମାନା ଆଦାୟ କରାଯାଇଛି।

Leave a Reply

Your email address will not be published. Required fields are marked *