ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ

ମାହାଙ୍ଗା,୦୫/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ପୂର୍ବତନ  ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି  ସ୍ବର୍ଗତ ଶରତ କୁମାର କର ଙ୍କ ୮୮ ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି ।

ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ତଥା “ନିର୍ଭୀକ” ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଭବ୍ୟ ଜୟନ୍ତୀ ସମାରୋହରେ ଶରତ କର ଓ  ଅନିମା କର ଫାଉଣ୍ଡେସନର ସହ- ଅଧ୍ୟକ୍ଷ ପ୍ରାଧ୍ୟାପକ ସୁମନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସ୍ବର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ ସହିତ  ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ । ଦିବଂଗତ ଜନପ୍ରିୟ ରାଜନେତା ଶରତ କରଙ୍କ ସ୍ମୃତି ଚାରଣ କରି ବହୁ ଶରତ ପ୍ରେମୀ ପରିବାରର ସଦସ୍ୟ ତଥା ସ୍ଥାନୀୟ ବିଶିଷ୍ଟ ମୂରବୀ ବ୍ୟକ୍ତି ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ ।

 ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ଡମ୍ବରୁଧର ପରିଡା, ହୃଷୀକେଶ ବେହେରା, ରାମ ଚନ୍ଦ୍ର ସ୍ୱାଇଁ, ରୁଦ୍ର ନାରାୟଣ ସିଂହ, ଅଧିବକ୍ତା ବିକ୍ରମ ସିଂହ, ଅବଦୁଲ କୁଦୁସ, ରାଜ କୁମାର ବେହେରା, ବିଜୟ କୁମାର ପାଣି,  ସମସେର ଅଲ୍ଲି, ଧନେଶ୍ଵର ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ଅଜିତ୍ କୁମାର ସାହୁ, ଶରତ କୁମାର ସିଂହ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦୀପକ କୁମାର ଦାସ, ବାବୁଲି ପ୍ରଧାନ, ଶାରଦା ପ୍ରସାଦ ରଥ, ସୁନ୍ଦର ରାମ ସାହୁ, ଜ୍ଞାନ ରଞ୍ଜନ ମହାନ୍ତି ଓ ହେମନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ଶରତ ପ୍ରେମୀ ପରିବାର ସଦସ୍ୟ ଯୋଗଦେଇ ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ।

ଶେଷରେ ବିଶିଷ୍ଟ ସଂଗଠକ ଶ୍ରୀ ରାମ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *