ଝାରସୁଗୁଡ଼ା, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଜିଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣା। ଆଜି ସକାଳୁ ୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିଲା । ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ୨ ନାବାଳକଙ୍କ ସମେତ ପୁରୁଷ ଥିବା ଜଣାଯାଇଛି। ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ। ଉଭୟଙ୍କର ବୟସ ୭ ବର୍ଷ ବୋଲି କୁହାଯାଉଛି। ଅନ୍ୟ ମୃତକଙ୍କର ଏଯାଏ ପରିଚୟ ମିଳିପାରି ନାହିଁ। ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ୬ଟି ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ସୀମାନ୍ତ ଛତିଶଗଡ଼ର କୋରବା ଜିଲ୍ଲା ଟପରା ଗାଁର ୬୦ ଜଣ ଲୋକ ବରଗଡ଼ ଜିଲ୍ଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରେ ସମୋନେ ପୂର୍ବ ମାନସିକ ଅନୁଯାୟୀ ମନ୍ଦିରରେ ବୋଦା ବଳି ମଧ୍ୟ ଦେଇଥିଲେ। ସେଠାରୁ ଫେରିବା ବେଳେ ଶରଧା ଘାଟରୁ ପ୍ରାୟ ୧କିମି ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାର ଉଭୟ ପାର୍ଶ୍ବରେ ବସିଥିବା ଲୋକେ ପହଁରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୟୀ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ। ଉଦ୍ଧାର କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫ ଜଣ ସ୍କୁବା ଡାଇଭର ଓ ୨ଟି ସନ୍ଧାନକାରୀ କ୍ୟାମେରା ବିମାନ ଯୋଗେ ପଠାଇଥିଲେ ଓ ମୃତକ ଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଥିଲେ ।
ମହାନଦୀରେ ଡଙ୍ଗା ବୁଡ଼ି: ଏଯାଏ ୭ ମୃତଦେହ ଉଦ୍ଧାର
