ନିଶ୍ଚିନ୍ତକୋଇଲି, ୧୦/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଝାଡ଼େଶ୍ୱରପୁର ପଞ୍ଚାୟତ ସରବରପୁର ଗ୍ରାମରେ ଏକ ହରିଣ ବୁଲୁଥିବା କେତେକ ଲୋକ ଦେଖିଥିଲେ । ଏହିସମୟରେ ଲୋକ ମାନଙ୍କୁ ଦେଖି ହରିଣଟି ହଡବଡ଼େଇ ଯାଇ ଦୈଡିବାକୁ ଲାଗି ଥିଲା ।
ମାତ୍ର କିଛି ବାଟ ଗଲାପରେ ହରିଣ ଟିଏକ ବିଲରେ ପଡ଼ି ମୃତ୍ୟୁବରଣ କରିଥିଲା । ବନବିଭାଗ କୁ ସ୍ଥାନୀୟ ଲୋକ ଏହି ଖବର ଜଣାଇବା ପରେ ଫରେଷ୍ଟ ବିଭାଗର କର୍ମଚାରୀମାନେ ଆସି ମୃତ ହରିଣ କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ତେବେ ହରିଣ ର ମୃତ୍ୟୁ ର କାରଣ ଜଣାପଡ଼ିନାହିଁ । ହରିଣ ଟି ଜଗତସିଂହପୁର ଅଂଚଳ ର ଜଙ୍ଗଲ ରୁ ଚାଲିଆସିଥିବା କୁହାଯାଉଛି ।
