ରାସ୍ତା ଉପରେ ଜଳିଗଲା କାର୍

ରଘୁନାଥପୁର,୧୦/୦୫/୨୦୨୫(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅଧିନ ତାରପୁର ବାଇପାସ କଟକ ପାରାଦୀପ ରାସ୍ତାରେ ଶୁକ୍ରବାର ଅପରାହ୍ନ ରେ ଏକ ମାରୁତି ସେଲର କାର ନଂ ଓଡି ୦୧ଜେଡ୍ ୪୩୭୭ ହୁତୁହୁତୁ ହୋଇ ଜଳୁଥିବାର ଦେଖାଯାଇଥିଲା । ସ୍ଥାନୀୟ ହରିଶପୁର ଗ୍ରାମର ଜୈନିକ ବ୍ୟକ୍ତି ପରିବାର ସହିତ ୪ ଜଣ ନିଜ କାର ଯୋଗେ ନିଜ ଘରର ପୂଜା ସାମଗ୍ରୀ ନେଇ ମହାନଦୀରେ ବିସର୍ଜନ କରିବାକୁ ଯାଉଥିବାବେଳେ ରାସ୍ତାରେ କାର ଚକାରେ ନିଆଁ ଲାଗିଯାଇଥିଲା ।

କାରରେ ନିଆଁ ଲାଗିବା ଦେଖି ବାଇକ୍ ରେ ଆସୁଥିବା ଜଣେ ବାଟୋଇ ଗାଡ଼ିଚାଳକକୁ ଅବଗତ କରିଥିଲେ । ଏହା ଦେଖି ସ୍ଥାନୀୟ ବଜାରର ବ୍ୟବସାୟୀମାନେ କାର ଭିତରୁ ସମସ୍ତଙ୍କୁ ବାହାର କରି ରଘୁନାଥପୁର ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଓ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରି ଅର୍ଦ୍ଧଦଗ୍ଧ କାରକୁ ସ୍ଥାନୀୟ ଗ୍ୟାରେଜ୍ ରେ ରଖିଥିଲେ ।

Leave a Reply

Your email address will not be published. Required fields are marked *