ଗରଦପୁର, ୦୭/୦୫/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅଧିନ ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ପ୍ରତୀଭା ସମ୍ମାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଫଜଲ ହକ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ତେଣ୍ଡାକୁଡାର ଛାତ୍ରୀ ଭାଗ୍ୟ ଶ୍ରୀ ମହାନ୍ତି ଓ ଛାତ୍ର ଦେବେନ୍ଦ୍ର ପାତ୍ର A1 ଗ୍ରେଡ ରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିବାରୁ ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତି ଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମାରୋହରେ ସଂପାଦକ ସୁନିଲ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଶୋର ମହାନ୍ତି, ଚଣ୍ଡି ପ୍ରସାଦ ମହାନ୍ତି, ରଂଜିତ ମହାନ୍ତି ଓ ନଳିନି ମହାନ୍ତି ସହଯୋଗ କରିଥିଲେ ।
