କେନ୍ଦ୍ରାପଡ଼ା, ୨୭/୫/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ସେଖ ଜିସାନ ଅଲ୍ଲୀ ୫୪୭ ମାର୍କ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି । ସେହିଭଳି ବିଜ୍ଞାନରେ ରାଜେଶ କୁମାର ମହାନ୍ତି ୫୬୫ମାର୍କ ରଖି ବିଭାଗୀୟ ଟପ୍ପର ହେବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳାରେ ୩୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୪ଜଣ ପାସ କରିଛନ୍ତି ଅର୍ଥାତ ୯୬.୮୯ ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୧୭୮ଜଣ ପ୍ରଥମ ଶ୍ରେଣୀରେ, ୮୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୦୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । +୨ ବାଣିଜ୍ୟରେ ୩୩୬ଜଣ ପରୀକ୍ଷା ଦେଇଥିବା ବେଳେ ୩୨୫ଜଣ ପାସ କରିଛନ୍ତି ଅର୍ଥାତ ୯୬.୭୨ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୨୧୩ଜଣ ପ୍ରଥମ ଶ୍ରେଣୀରେ, ୬୪ଜଣ ଦ୍ୱିତିୟ ଓ ୪୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିଭଳି +୨ବିଜ୍ଞାନରେ ୫୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ଶହ ଜଣ ପାସ କରିଛନ୍ତି ଅର୍ଥାତ ୯୮.୦୩ ପ୍ରତିଶତ ଫଳାଫଳ ହୋଇଛି । ୩୬୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ , ୧୨୧ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୨ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା +୨ ବିଭାଗର ଭାରପ୍ରାପ୍ତ ପ୍ରଫେସର ବିଶ୍ୱ୍ୱରଞ୍ଜନ ପୁହାଣ ସୂଚନା ଦେଇଛନ୍ତି ।
Related Posts
କିଶନନଗର କଲେଜରେ ଯୋଗ ଦିବସ ପାଳନ
କଟକ ସଦର ,୨୧/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜରେ ଆଜି ଶୁକ୍ରବାର ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।ଏହି…
ଜଗତସିଂହପୁର ଜିଲ୍ଲା ରେ ଲୋକାର୍ପିତ ହେଲା ୫୭ ଟି ରୂପାନ୍ତରିତ ବିଦ୍ୟାଳୟ
ଜଗତସିଂହପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ୟ୍ୟାୟରେ ୫ ଟି ଅନ୍ତର୍ଗତ ଗଞ୍ଜାମ୍, ଝାରସୁଗୁଡ଼ା, ଜଗତସିଂହପୁର ,କେନ୍ଦ୍ରାପଡା ଓ ବରଗଡ଼…
କନ୍ଦରପୁର କଲେଜରେ ଓଡ଼ିଆ ପକ୍ଷ ଉପଲକ୍ଷେ ଖାଦ୍ୟ ମେଳା ଓ ରକ୍ତଦାନ ଶିବିର
କଟକ ସଦର ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧ ରୁ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସୋମବାର…
