କେନ୍ଦ୍ରାପଡ଼ା, ୨୭/୫/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨କଳାରେ ସାଗରିକା ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ୫୨୩ମାର୍କ ରଖି ଯୁଗ୍ମ ବିଭାଗୀୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ସେଖ ଜିସାନ ଅଲ୍ଲୀ ୫୪୭ ମାର୍କ ରଖି ବିଭାଗୀୟ ଟପ୍ପର ହୋଇଛନ୍ତି । ସେହିଭଳି ବିଜ୍ଞାନରେ ରାଜେଶ କୁମାର ମହାନ୍ତି ୫୬୫ମାର୍କ ରଖି ବିଭାଗୀୟ ଟପ୍ପର ହେବା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳାରେ ୩୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୪ଜଣ ପାସ କରିଛନ୍ତି ଅର୍ଥାତ ୯୬.୮୯ ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୧୭୮ଜଣ ପ୍ରଥମ ଶ୍ରେଣୀରେ, ୮୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୦୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । +୨ ବାଣିଜ୍ୟରେ ୩୩୬ଜଣ ପରୀକ୍ଷା ଦେଇଥିବା ବେଳେ ୩୨୫ଜଣ ପାସ କରିଛନ୍ତି ଅର୍ଥାତ ୯୬.୭୨ପ୍ରତିଶତ ଫଳାଫଳ ହୋଇଛି । ସେଥିମଧ୍ୟରୁ ୨୧୩ଜଣ ପ୍ରଥମ ଶ୍ରେଣୀରେ, ୬୪ଜଣ ଦ୍ୱିତିୟ ଓ ୪୮ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିଭଳି +୨ବିଜ୍ଞାନରେ ୫୧୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ଶହ ଜଣ ପାସ କରିଛନ୍ତି ଅର୍ଥାତ ୯୮.୦୩ ପ୍ରତିଶତ ଫଳାଫଳ ହୋଇଛି । ୩୬୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ , ୧୨୧ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୨ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା +୨ ବିଭାଗର ଭାରପ୍ରାପ୍ତ ପ୍ରଫେସର ବିଶ୍ୱ୍ୱରଞ୍ଜନ ପୁହାଣ ସୂଚନା ଦେଇଛନ୍ତି ।
Related Posts

କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଟପ୍ପର ଶୁଭଶ୍ରୀ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଟପ୍ପର ହୋଇଥିବା ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦାସଙ୍କୁ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ପାଳନ…

ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସପ୍ତମ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ
ଗ୍ରୀଷ୍ମଅବକାଶରେ ଅନଲାଇନ ଶିକ୍ଷାଦାନ ଜାରିରହିବ- ଡିଇଓଙ୍କ ନିର୍ଦେଶ କେନ୍ଦ୍ରାପଡ଼ା, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ…

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ମାତୃ ସମ୍ମିଳନୀ
ଭୁବନ, ୧୫/୦୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ର ସର୍ବ ପୁରାତନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପବିତ୍ର ସରସ୍ଵତୀ ପୂଜା ଅବସରରେ ମାତୃ ସମ୍ମିଳନୀ…