ମଦର୍ସ ଡେ ପାଇଁ ସେଲଫି ପ୍ରତିଯୋଗିତାର ଶୁଭାରମ୍ଭ

ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି

#MoBou  # WCDOdisha  #Mothersday ଟ୍ୟାଗ କରି ସେଲଫି ସହ ବାର୍ତ୍ତା ସୋସିଆଲ ମିଡିଆରେ କରନ୍ତୁ ପୋଷ୍ଟ

ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ ୩ ରେ ଥିବା ଏକାମ୍ର ହାଟରେ ପାଳନ କରାଯିବ ମଦର୍ସ ଡେ

ମେ ୧୧ ତାରିଖ ମଦର୍ସ ଡେ ଅବସରରେ ପୁରସ୍କୃତ ହେବେ ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ପୋଷ୍ଟ

ଭୁବନେଶ୍ୱର,୦୬ /୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ ୨୦୨୫ ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା “ମଦର୍ସ ଡେ ସେଲଫି କଣ୍ଟେଷ୍ଟ” ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି  ।

ନିଜ ମାଆଙ୍କ ସହ ସେଲଫି  ଉଠାଇ, ମା ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ ଦୁଇ ପଦ ଲେଖି ମହିଳା ଓ ଶିଶୁ ବିକାଶ ବିଭାଗକୁ ଟ୍ୟାଗ କରନ୍ତୁ। #MoBou  #WCDOdisha # Mothersday ରେ ଟ୍ୟାଗ କରି ସେଲଫି ସହ ଭାବାବେଗ ସମ୍ବଳିତ ବାର୍ତ୍ତା ପୋଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ବା ଟ୍ଵିଟର, ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ଏବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷଣା କରି ମେ ୧୧ ତାରିଖ ମଦର୍ସ ଡେ ଦିବସରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ବିଜେତାଙ୍କ ଫୋଟୋ ବିଭାଗର ଅଫିସିଆଲ  ହ୍ୟାଣ୍ଡେଲରେ ପୋଷ୍ଟ କରାଯିବ ।

ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ ପାଳନ ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ପାଇଁ ବହୁ ମଜାଳିଆ ଖେଳର ମଧ୍ୟ ଆୟୋଜନ କରାଯାଇଛି ।

ଭାଗ ନେବା ପାଇଁ ଚାଁହୁଥିବା ମା’ ମାନେ  ମେ ୧୧ ତାରିଖ ଅପରାହ୍ନ ୩ ଟା ସମୟରେ ଏକାମ୍ର ହାଟ ଆସି ସେହି ସ୍ଥାନରେ ହିଁ ପଞ୍ଜିକରଣ କରି ମଜାଳିଆ ଖେଳରେ ଭାଗ ନେଇପାରିବେ । ବିଜେତାମାନଙ୍କୁ ସେହି କାର୍ଯ୍ୟକ୍ରମରେ ହିଁ ପୁରସ୍କୃତ କରାଯିବ। ବହୁ ସଂଖ୍ୟାରେ ମା’ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

-0-

ତନୁଜା ମହାନ୍ତି, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *