ମାହାଙ୍ଗା,୦୪/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା ) – ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅମିନାବାଦ ଗ୍ରାମରେ ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ବିଂଶତମ ବାର୍ଷିକ ଉତ୍ସବ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
ଶାସ୍ତ୍ରଜ୍ଞ ବ୍ରାହ୍ମଣ, ପୁରୋହିତ,ତଥା ବରେଣ୍ୟ ପଣ୍ଡିତ ମଣ୍ଡଳୀ ଏହି ଯଜ୍ଞସ୍ଥଳୀରେ ପହଂଚି, ପୂଜାବିଧି ଅନୁଯାୟୀ ୪ ଦିନ ବ୍ୟାପୀ ବିଶ୍ୱ କଲ୍ୟାଣ ନିମନ୍ତେ ଶନିଶ୍ଚର ମହାଯଜ୍ଞକୁ ଧାର୍ମିୟ ରୀତି ନୀତି ଅନୁଯାୟୀ ସଂପାଦନ କରିଥିଲେ। ଅଙ୍କୁରାରୋପଣ, ଜଳଯାତ୍ର,ସୂର୍ଯ୍ୟପୂଜା, ଗୋପୂଜା,ଅଗ୍ନି ସ୍ଥାପନ, ଆହୁତି, ଆଳତୀ, ପୁଷ୍ପାଞ୍ଜଳି, ସଂକୀର୍ତ୍ତନ, ଚଣ୍ଡୀ ଆହୁତି ଏବଂ ପୂର୍ଣ୍ଣାହୁତି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଯଜ୍ଞ ସ୍ଥଳୀରେ ସମବେତ ହୋଇଥିଲେ । ଶିଶୁ ଏବଂ କିଶୋର କଳାକାର ମାନଙ୍କ ଭିତରେ ଭଜନ, ଜଣାଣ, ନୃତ୍ୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏହା ପରେ କୃତୀ କଳାକାର ମାନଙ୍କୁ ସାଂସ୍କୃତିକ ମଞ୍ଚରୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶନିଶ୍ଚର ଯଜ୍ଞ କମିଟି କୁହୁଣ୍ଡାର ସଭାପତି ଶିକ୍ଷାବିତ ସୁନାକର ନାୟକଙ୍କ ତତ୍ୱାବଧାନରେ ସର୍ବଶ୍ରୀ ଭରତ ଚନ୍ଦ୍ର ନାୟକ,ସାମ୍ବାଦିକ ଅଖିଳେଶ ମହାନ୍ତି, ଗୟାଧର ସାହୁ,ଭରତ ଚନ୍ଦ୍ର ଜେନା, ଭାଗବତ ସ୍ୱାଇଁ, ପ୍ରଫୁଲ୍ଲ କୁମାର ଜେନା, ସୁଧିର ମହାନ୍ତି, କିଷାନ ସିଂ, କଳ୍ପତରୁ ଜେନା, ଅମ୍ବୁଜ ସାମଲ,ଉମେଶ ସ୍ୱାଇଁ, ପ୍ରମୋଦ ଜେନା, ସନ୍ତୋଷ ସ୍ୱାଇଁ, ନିହାର ରଞ୍ଜନ ଜେନା,ନିତ୍ୟାନନ୍ଦ ସେଠୀ, ଆଶୀଷ ଜେନା, ଚିତ୍ତରଞ୍ଜନ ଜେନା,ପ୍ରତାପ କୁମାର ଜେନା ପ୍ରମୁଖ ବହୁ ଯୁବ କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
୪ ଦିନ ବ୍ୟାପୀ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଶନିଶ୍ଚରଙ୍କ କୃପା ଭିକ୍ଷା କରିବା ଦେଖିବାକୁ ମିଳିଥିଲା । ଯଜ୍ଞ କମିଟି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଚରୁଅନ୍ନ ପ୍ରଦାନ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
