କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ : ଏଫସି ଗୋଆ ଦଳ ଚମ୍ପିୟାନ୍‌

ଭୁବନେଶ୍ୱର,୦୪/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଛି। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହୋଇଛନ୍ତି। ଫାଇନାଲ ମ୍ୟାଚ୍ ଏଫସି ଗୋଆ ଏବଂ ଜମଶେଦପୁର ଏଫସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ ମ୍ୟାଚ୍‌ରେ ବିଜୟ ହାସଲ କରିବା ସହିତ କଳିଙ୍ଗ ସୁପର କପ୍-୨୦୨୫ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ୍‌ ହୋଇଛନ୍ତି।

ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ଫୁଟବଲ୍‌ ସଂଘର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହିତ ବିଜେତା ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଏପ୍ରିଲ ୨୦ ତାରିଖ ଠାରୁ ମେ’ ୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ କଳିଙ୍ଗ ସୁପର କପ୍ -୨୦୨୫ର ଆୟୋଜନ କରାଯାଇଥିଲା। ଷ୍ଟାଡ଼ିୟମ୍‌ରେ ଦର୍ଶକ, କ୍ରୀଡ଼ାବିତ ଓ କ୍ରୀଡ଼ା ପ୍ରଶଂସକମାନେ ଅନୁଷ୍ଠିତ ହୋଇଥିବା ସମସ୍ତ ମ୍ୟାଚ୍‌ରେ ଉପସ୍ଥିତ ରହି ମ୍ୟାଚ୍‌କୁ ଉପଭୋଗ କରିବା ସହିତ କ୍ରୀଡ଼ାବିତମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।

Leave a Reply

Your email address will not be published. Required fields are marked *