କଟକ ଜୁଭେନାଇଲ କ୍ଲଵ୍ ଚମ୍ପିୟାନ
କଟକ ସଦର,୦୨/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ଅଗ୍ରଣୀ ରିଜିଓନାଲ କ୍ଲଵ୍ ଆନୁକୂଲ୍ୟରେ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାମରେ ନାମିତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ମେମୋରିଆଲ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି (ରବିବାର ଦିନ) ଉଦଯାପିତ ହୋଇଛି।
ଏଥିରେ ଆଠଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଭୁବନେଶ୍ବର ପାରା ମାଉଣ୍ଟ କ୍ଲଵ୍ କୁ ହରାଇ କଟକ ଜୁଭେନାଇଲ କ୍ଲଵ୍ ଚମ୍ପିୟାନ ହୋଇଥିବା ଜଣାପଡିଛି। ଏହି ଉପଲକ୍ଷେ ରିଜିଓନାଲ କ୍ଲଵ୍ ର ସଭାପତି ତାପସ କୁମାର ରାଉତରାୟ ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ବିଜେତା ଟିମ୍ କୁ ୩୦ ହଜାର ଅର୍ଥ ରାଶି ସହିତ ଟ୍ରଫି ଓ ଉପ ବିଜେତା ଟିମ୍ କୁ ୨୦ ହଜାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ସୁରେନ୍ଦ୍ର ନାଥ ପଣ୍ଡା, ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ଚୈଧୁରୀ ସତ୍ୟ ଦାସ, ଜଣାଶୁଣା ସମାଜସେବୀ ପୁଷ୍ପ ରାଜ ପ୍ରଧାନ, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଖେଳକୁ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ସୁକନ୍ୟା ତଥା ବ୍ରହ୍ମଗିରି ବିଧାୟିକା ଉପାସନା ବିଦ୍ୟାଧର ମହାପାତ୍ର ଉଦଘାଟନ କରିଥିବା ବେଳେ ପରିଚାଳନାରେ ରିଜିଓନାଲ କ୍ଲଵ୍ ର ଉପସଭାପତି ସଂଜୟ ଜେନା, ସଂପାଦକ ଜୀବନ ଜେନା, କୋଷାଧ୍ୟକ୍ଷ କାଳନ୍ଦୀ ସ୍ୱ। ଇଁ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟମାନେ ସହାୟତା ପ୍ରଦାନ କରିଥିଲେ।