ବ୍ରହ୍ମପୁର,୦୪/୦୫/୨୦୨୫ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହର ନିବାସୀ ମଧୁସ୍ମିତା ପାତ୍ର ୨୯.୦୪.୨୫ ସକାଳ ୦୯.୪୫ ରେ ନେପାଳର ମାଉଣ୍ଟ ମୀରା (୬,୪୭୬ମି) କୁସଫଳତାର ସହ ଆରୋହଣ କରିଛନ୍ତି । ସୂଚନା ଥାଉକି ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତରୋହି ଅଟନ୍ତି । ଗତ ୨୦୨୨ ମସିହା ରେ ଭାରତୀୟ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତରୋହଣ ସଂସ୍ଥା HMI ଶିକ୍ଷାଅନୁଷ୍ଠାନ ରୁ ଶିକ୍ଷାଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଆଫ୍ରିକା ମହାଦେଶ ର ସର୍ବୋଚ୍ଚ ଶିଖର ମାଉଣ୍ଟ kilimanjaro, ଇଉରୋପ ମହାଦେଶର ମାଉଣ୍ଟ ଏଲବ୍ରୁସ୍ , ହିମାଚଳ ପ୍ରଦେଶ ର ମାଉଣ୍ଟ friendship, ମାଉଣ୍ଟ Renok ,ଆଦି ଆରୋହଣ କରିଛନ୍ତି।
ଗତ ୧୬.୦୪.୨୫ ରେ SNM Mines Group ର Managing Director ଶ୍ରୀଯୁକ୍ତ ପ୍ରବୋଧ ମହାନ୍ତି ମଧୁସ୍ମିତା ପାତ୍ରଙ୍କ ଉକ୍ତ ଅଭିଯାନ ପାଇଁ ଜାତୀୟ ପତକା ଦେଇ ଶୁଭକାମନା ମନାସିଥିଲେ । ସୁଶ୍ରୀ ପାତ୍ର ୧୯.୦୪.୨୦୨୫ ନେପାଳର kathmandu ରୁ ମାଉଣ୍ଟ ମୀରା ଆରୋହଣ ପାଇଁ ବାହାରିଥିଲେ । ପ୍ରତେକ ଦିନ ପ୍ରାୟ ୫ ର ୭ ଘଣ୍ଟା ପାହାଡ ଚଢି ଆଗକୁ ପ୍ରତ୍ୟେକ camp ରେ ରାତ୍ରିଯାପନ କରି ଶେଷରେ ୨୭.୪.୨୫ ରେ ମଧୁସ୍ମିତା basecamp ଏବଂ ୨୮.୦୪.୨୦୨୫ ଗର ଆଡ଼ଭାନ୍ basecamp (୫,୭୮୭ ମି) ରେ ପହଞ୍ଚିଥିଲେ । ସେଠାରେ କିଛିଘଣ୍ଟା ବିଶ୍ରାମ ନେବାପରେ ରାତ୍ର ୨.୩୦ ସମୟରେ ନିଜ ଗାଇଡ଼ ସହ ମାଉଣ୍ଟ ମୀରାର ଅନ୍ତିମ ଆରୋହଣ ରେ ବାହାରିଥିଲେ। ବିଯୁକ୍ତ ତାପମାତ୍ରା ଏବଂ ଅଲଟ୍ଟୀଟୁ ୟଟ Presure ପର୍ବତରୋହି ଙ୍କ ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ଚାଲିବାର ବେଗ ବହୁତ କମିଯାଇ ଥାଏ ଏବଂ କ୍ଲାନ୍ତ ଅନୁଭବ କରାଇଥାଏ।
ଏହାର ପ୍ରଭାବ ରେ ମଧୁସ୍ମିତା ମଧ୍ୟ ସାମନ୍ୟ କ୍ଲାନ୍ତ ଅନୁଭବ କରିଥିଲେ। ସୁଶ୍ରୀ ପାତ୍ର ୨୯.୦୪.୨୦୨୫ ସକାଳ ୯.୪୫ ସମୟଗର ମାଉଣ୍ଟ ମୀରା (୬,୪୭୬ ମି) ଶିଖରଗର ପହଂଚି ନିଜ ଦେଶର ଜାତୀୟ ପତକାକୁ ଉଡାଇଥିଲେ । ବେଶ କିଛିସମୟ ଶିଖରଗର ରହିବା ପଗର ପୁନବବାର Basecamp ଦେଇ ତଳକୁ ଓଲହାଇ ଆସିଥିଲେ। ମିଳିଥିବା ସୂଚନା ଆନୁସାରେ ସୁଶ୍ରୀ ପାତ୍ର amphu Laptsa pass କୁ୧୦ ଘଣ୍ଟା ର climbing କରି ଏକ କ୍ୟାମ୍ପ ରେ ରେଷ୍ଟ ନେଇଛନ୍ତି ।
ଏଠାରେ କହିରଖୁଛୁ ମଧୁସ୍ମିତା ପାତ୍ରଙ୍କ ଏହି ଅଭିଯାନ ପାଇ (SPONSOR) SNM Mines Group ର Managing Director ଶ୍ରୀଯୁକ୍ତ ପ୍ରବୋଧ ମହାନ୍ତି ଏବଂ Sports Science India ର Director ଡ଼କ୍ଟର ସାର୍ଥକ ପଟ୍ଟନାୟକ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ସୁଶ୍ରୀ ପାତ୍ର ପୁର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର, ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠ କନ୍ୟା ଅଟନ୍ତି । ସେ ବର୍ତମାନ କମ୍ପୁଟର ଇଞ୍ଜିନୀୟର ଭାବେ ଟିସିସ୍ କମ୍ପାନୀ ରେ କାର୍ଯ୍ୟରତ ଅଛନ୍ତି । ଆଗାମି ଦିନରେ ସୁଶ୍ରୀ ପାତ୍ର ଅନ୍ୟ ମହାଦେଶର ଉଚ୍ଚତମ ପାହାଡ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ ଲକ୍ଷ ରଖିଛନ୍ତି ।
