କଟକ ସଦର ୦୭/୦୬/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଆଜି ରବିବାର ଅପରାହ୍ନରେ କାଳବୈଶାଖୀର କରାଳ ରୁପ ଓ ପ୍ରଚଣ୍ଡ ବଜ୍ରାଘାତରେ କଟକର ଅଧିଷ୍ଠାତ୍ରୀ ଦେଵୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି । ଫଳରେ ନିର୍ମାଣାଧୀନ ମନ୍ଦିରର ଉପର ଭାଗ କିଛି ଅଂଶ (ଦଧିନଉତି )ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି କ୍ଷଣ ପାଇଁ ଲୋକେ ଆତଙ୍କିତ ହୋଇପଡିଥିଲେ । ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ବିଜୁଳି ଘଡଘଡି ପ୍ରତିଶେଧକ ବ୍ୟବସ୍ଥା କରାଯାଇ ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି।
