ଭୁବନ ୧୬/୦୪/୨୦୨୬ (ଓଡ଼ିଶା ସମାଚାର)– ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭୁବନ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି । ଏହି ସଫଳତା ବିଦ୍ୟାଳୟ ସମେତ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ୮୦% ରୁ ଉର୍ଦ୍ଧ୍ବ ନମ୍ଵର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏହି ଫଳାଫଳରେ ସାଇ ପ୍ରସାଦ ସାହୁ ୯୪% ନମ୍ବର ଅର୍ଜନ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆନାକ୍ଷୀ ପୁନମ ଆଇଚ ୯୦% ନମ୍ବର ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱଜିତ ସାହୁ ୮୮% ନମ୍ବର ରଖି ସୁନ୍ଦର ସଫଳତା ଲାଭ କରିଥିବାବେଳେ ସିମ୍ରନ ଜେନା ୮୫% ଏବଂ ତାପସ କୁମାର ବରାଳ ୮୨% ନମ୍ବର ରଖି ସଫଳତା ଅର୍ଜନ କରିଚନ୍ତି ।
ଏହି ସଫଳତା ପଛରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଉନ୍ନତ ମାନର ଶିକ୍ଷାଦାନ ଯୋଗୁ ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ପରିସରରେ ଏହି ଖୁସିର ଉତ୍ସବ ପାଳନ କରିଥିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
