ଭୁବନ ୦୨/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ର ସୀମାନ୍ତ ବର୍ତଣ୍ଡା ପଞ୍ଚାୟତ ଅନ୍ତର୍ଗତ କପିଳ ଚରଣ ସରକାରୀ ନୋଡାଲ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଏ ବି ଇ ଓ ପ୍ରେମାଞ୍ଜଳି ନାୟକ ଓ ଗୋବର୍ଦ୍ଧନ ପ୍ରଧାନ ଅତିଥି ଭାବେ ଯୋଗଦେଇ ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର ଶିକ୍ଷାଦାନ ଓ ବିଦ୍ୟାଳୟ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ ।
ବିଦ୍ୟାଳୟ ତରଫରୁ ପୁଷ୍ଫଗୁଛ,ଉତ୍ତରୀୟ ଓ ମାନ ପତ୍ର ସହିତ ଉପହାର ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ବିଜୟା ଲକ୍ଷ୍ମୀ ସ୍ୱାଇଁ , ନିନି ମଣି ନାୟକ, ବାସନ୍ତୀ ଦାସ , ଜିତୁ ମହାନ୍ତି ,ମାୟାଧର ପାତ୍ର , ମାୟାଧର ନାୟକ , ଅଜିତ ମହାନ୍ତି ,ବିପିନ ମଲ୍ଲିକ ,ଅଲ୍ଲୀ ସାର ଓ ଯୁଗଳ ସାର ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।