ଯାଜପୁର,୦୧/୦୫/୨୦୨୫ (ଓଡ଼ିଶା ସମାଚାର)- ଚଳିତ ମାସ ଏକ ଠାରୁ ତିନିଦିନ ଧରି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସୁପୁତ୍ର କ୍ରାନ୍ତିବୀର ରାମକୃଷ୍ଣ ସାମନ୍ତ ସିଂହାରଙ୍କର ୨୩୩ ତମ ଜୟନ୍ତୀ ତଥା ଅଶ୍ୱାରୋହଣ କରିଥିବା ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ଜନ୍ମପୀଠ ବାଲିଆ ଠାରେ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେବ ବୋଲି ବିପ୍ଳବୀ ରାମକୃଷ୍ଣ ସ୍ମୃତି ସଂସଦ ଜଣାଇଛି ।
ପ୍ରଥମ ଦିନ ମଇ ୧ ତାରିଖ ରେ ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ବୈାଦ୍ଧ ପୀଠ ଉଦୟଗିରୀ ରୁ ଏକ ଶୋଭା ଯାତ୍ରାରେ ବାହାରି ତାଳୁଆ ବାଲିକୁଦା, ସାଉଡିଆ, ବରପଦା , ନିଆଳି , ଜନକ, ରମାପୁର, ଭଗବାନପୁର , ଜଇସିଙ୍ଗଡା,ପଥରେ ବ୍ରହ୍ମବରଦା ଦେଇ ସାମନ୍ତ ସିଂହାରଙ୍କ ପ୍ରଗନା ଅନ୍ତର୍ଗତ ବରୁଆଁ ମେଲଣ ପଡିଆରେ ରାଜା ପାର୍ଥ ସାରଥୀ ସାମନ୍ତ ସିଂହାରଙ୍କ ତତ୍ୱାବଧାନରେ ପହଁଚିଥିଲା,ପଥ ମଧ୍ୟରେ ପ୍ରତି ଗ୍ରାମରେ ସାମନ୍ତ ସିଂହାରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି ।
ବରୁଆଁ ଠାରେ ଦେବିଲ, କମଳପୁର , ଗୁହାଳି ,ବରୁଆଁ ମେଲଣ କମିଟି ଆଦି ସାମନ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ ପରେ ବାଲିଆ ପାଳ ଛକରେ ବରୀ ଲୋକ ମହୋତ୍ସବ ର ସଭାପତି ଡାକ୍ତର ରାଜକିଶୋର ପଣ୍ଡା ଙ୍କ ସହ ଅନ୍ୟ କର୍ମକର୍ତ୍ତ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ତତ୍ପରେ ବରୀ ଗୋପବନ୍ଧୁ ରମାଦେବୀ ଆଶ୍ରମ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇ ସେଠାରୁ ହଳଦୀ ବସନ୍ତ ଧାରପୁର , ସାହୁପଡା ପଥରେ ଇଶାଣପୁର, ପରମାନନ୍ଦପୁର ,ସ୍ୱାଇଁଖଣ୍ଡ, ଦେଇ ଗୋଳକୁଣ୍ଡରେ ଶୋଭାଯାତ୍ରା ପହଂଚିବ ଗୋଳକୁଣ୍ଡ ରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ହରିପୁର, ନହଣ ଅତିକ୍ରମ କରି ବାଲିଆ ମାଆ ଜାଗୁଳାଇଙ୍କ ପୀଠରେ ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବ ।
ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବାଲିଆର ବର୍ତ୍ତମାନର ସାମନ୍ତ ସିଂହାର ରାଜା ପାର୍ଥ ସାରଥୀ ସାମନ୍ତ ସିଂହାର ସଂଚାଳନ କରିବାର ବିଧିବ୍ୟବସ୍ଥା ରହିଛି ।ତେବେ ତା ୨.୫.୨୦୨୫ ରିଖ ଶୁକ୍ରବାର ଦିବା ୧୨ ଘଟିକା ସମୟରେ ଓଡିଶାର ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିମୂର୍ତ୍ତୀକୁ ଅନାବରଣ କରିବା ସହିତ ସଭାରେ ଉଦ୍ ବୋଧନ ପ୍ରଦାନ କରିବେ । ମାନ୍ୟବର ଯାଜପୁର ସାଂସଦ ଡ. ରବିନାରାୟଣ ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିବା ସହିତ ମୁଖ୍ୟ ବକ୍ତାଭାବେ ପ୍ରଗତିବାଦୀ ଖବରକାଗଜର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ ସମ୍ମାନୀତ ଅତିଥି ସମାଜ ସେବୀ ବରୀର ଯୁବନେତୃତ୍ୱ ଉମେଶ ଚନ୍ଦ୍ର ଜେନା ଯୋଗଦାନ କରିବେ ।
ଉଦ୍ଯାପନୀ ଉତ୍ସବ ତା ୩.୦୫.୨୦୨୫ ରିଖ ,ଶନିବାର ଦିନ ସଂଧ୍ୟା ୬ ଘଟିକାରେ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ମୁଖ୍ୟ ଅତିଥି , ସମ୍ମାନୀତ ଅତିଥି ଭାବେ ଆଳିରାଜା ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଦେବ , ଶିକ୍ଷାବିତ୍ ଦେବ ପ୍ରସାଦ ସାମଲ, ଡ. ରବିନ୍ଦ୍ର ବିହାରୀ, ଯୁବ ନେତା ଅଶୋକ କୁମାର ସାମଲ ମୁଖ୍ୟବକ୍ତା ବିଶିଷ୍ଟ ବିଶ୍ୱ ଶିକ୍ଷକ ସହାସଂଘର ର ସଭାପତି , ଐତିହାସିକ ଡ. ଅମିୟ କୁମାର ମହାନ୍ତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ଓଡିଶୀ ନୃତ୍ୟ , ଘୋଡା ନାଚ, ଗୋଟିପୁଅ ନୃତ୍ୟ ସମ୍ବଲପୁରୀ ନୃତ୍ୟ , ଅଭିମନ୍ୟୁ ଙ୍କ ଛାନ୍ଦରେ ବାଦ୍ୟ ବିଚିତ୍ରା ଓ ସମୀକ୍ଷା , ସହିତ ଭଜନ ସମାରୋହ ର ଆୟୋଜନ କରାଯିବା କଥା ସ୍ମୃତି ସଂସଦ ଜଣାଇଛି ।
