୧୦ହଜାର ଲିଟର କ୍ଷୀରରେ ଭିଜିଲେ ବାବା କପିଳେଶ୍ୱର ଦେବ
ନିରାକାରପୁର, ୦୮/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ନିରାକାରପୁର ବାଇଶଦେଶ ଯାଦବ ସମିତି ଦ୍ୱାରା ଆଜି ୧୮ତମ ବାର୍ଷିକ କ୍ଷୀର ସାଗର ଉ୍ତସବ ଜାଗରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଇଦେଶ ଯାଦବ ସମିତି ନିରାକାରପୁର ମଂଜାରିଆପାଟଣାସ୍ଥିତ ମା ଦହିଖାଇ ଠାକୁରାଣୀଙ୍କ ପୀଠରେ ପୂଜା ଅର୍ଚ୍ଚନା ଶେଷକରି ଏକ ବିରାଟ ପଟୁଆରରେ କ୍ଷୀର ଡ଼୍ରମଗୁଡ଼ିକୁ ଡ଼ିଆ ବାବା କପିଳେଶ୍ୱର ଦେବଙ୍କ ପୀଠକୁ ନିଆଯାଇଥିଲା । ସେଠାରେ ପ୍ରାୟ ୧୦ହଜାର ଲିଟର କ୍ଷୀରରେ ବାବା କପିଳେଶ୍ୱର ଦେବଙ୍କ କ୍ଷୀରାଭିଷେକ କରାଯାଇଥିଲା । ବହୁ ସଂଖ୍ୟକ ଲୋକଙ୍କ ସମାଗମରେ କ୍ଷୀର ଶୋଭାଯାତ୍ରା କରାଯାଇଥିଲା । ପରେ ଭକ୍ତମାନେ ଅପରାହ୍ନରେ ଦହିଖାଇଙ୍କ ପୀଠରେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବାଇଶଦେଶ ଯାଦବ ସମିତି ସଭାପତି ରତ୍ନାକର ବେହେରା ଓ ଯାମିନୀ ମୋହନ ବେହେରା, ଆନନ୍ଦ ଚନ୍ଦ୍ର ବେହେରା , ପଦ୍ମଚରଣ ବେହେରା, ଲକ୍ଷ୍ମୀଧର ବେହେରା,ବିଶ୍ୱନାଥ ବେହେରା ଓ ପୀତବାସ ବେହେରା, ପ୍ରହଲ୍ଲାଦ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟ ଦୁଗ୍ଧ,ଛୋନା ବ୍ୟବସାୟୀ ଭାଇମାନେ ଡ଼ହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଦହିଖାଇ ଠାକୁରାଣୀଙ୍କ ପୀଠକୁ ଭୁବନେଶ୍ୱର ସାଂସଦ ଅପରଜିତା ଷଢଙ୍ଗୀ, ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର,ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଧେବ ଓ ବିଜେପି ନେତା କାଳୁ ଚରଣ ଖଣ୍ଡୟତରାୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଆସି ଠାକୁରାଣୀଙ୍କ ଆର୍ଶିବାଦ କାମନା କରିଥିଲେ ।