ଭୁବନେଶ୍ୱର, ୨୮/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନରେ ମଧୁବାବୁଙ୍କ ଅଦମ୍ୟ ପ୍ରୟାସ ଏବଂ ଦୃଢ଼ ନେତୃତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ ।
ଏତଦ ବ୍ୟତୀତ ସାମାଜିକ ସଂସ୍କାର, ଶିକ୍ଷା ଏବଂ ଅବହେଳିତ ଗୋଷ୍ଠୀର ସଶକ୍ତିକରଣ କ୍ଷେତ୍ରରେ ମଧୁବାବୁଙ୍କର ଜୀବନବ୍ୟାପୀ ଉଦ୍ୟମକୁ ରାଜ୍ୟପାଳ ସ୍ମରଣ କରିଛନ୍ତି । ସେବା, ସମର୍ପଣ ଏବଂ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ମଧୁବାବୁଙ୍କର ଚିନ୍ତା, ଚେତନା ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।
-୦-
ସଂଜୀବ ବାରିକ ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ