ଭୁବନେଶ୍ୱର,୨୨/୧୧/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ୨୬ତାରିଖରେସୃଷ୍ଟି ହେବ ଓ ୨୭ରେ ଅବପାତର ରୂପନେବ । ଆସନ୍ତା ୨୫ରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ପାଶ୍ୱବର୍ତୀ ଅଂଚଳରେ ଏହା ସୃଷ୍ଟି ହେବ । ୨୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ ଉଚ୍ଛର ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହା କିପରି ରୂପ ନେବ ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।