କେନ୍ଦ୍ରାପଡ଼ା, ୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ସାଧାରଣ ଜନତାଙ୍କ ଅଭିଯୋଗର ତ୍ୱରିତ ଶୁଣାଣି, ସମାଧାନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଉଦ୍ଧେଶ୍ୟରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜୁଲାଇ-୨୦୨୬ ମାସ ପାଇଁ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ କରାଯିବ । କାର୍ଯ୍ୟସୂଚୀ ଅନୁଯାୟୀ ୦୬.୦୭.୨୦୨୬ (ସୋମବାର) ଦିନ ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ, ୧୩.୦୭.୨୦୨୬ (ସୋମବାର) ଦିନ ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ ପରିସରରେ, ୨୦.୦୭.୨୦୨୬ (ସୋମବାର) ଦିନ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଏବଂ ୨୭.୦୭.୨୦୨୬ (ସୋମବାର) ଦିନ ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
ପ୍ରତ୍ୟେକ ଶିବିର ପୂର୍ବାହ୍ନ ୧୦.୩୦ମିନିଟରୁ ଅପରାହ୍ନ ୧.୦୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ ଏବଂ ଯଥାସମ୍ଭବ ସେଠାରେ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଯେଉଁ ଅଭିଯୋଗର ତୁରନ୍ତ ସମାଧାନ ସମ୍ଭବ ହେବ ନାହିଁ ସେଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଧେଶ ଦିଆଯିବ ।ଜିଲାର ସମ୍ପୃକ୍ତ ବ୍ଲକ ଏବଂ ଆଖପାଖ ଅଂଚଳର ଜନସାଧାରଣଙ୍କୁ ସେମାନଙ୍କର ବ୍ୟକ୍ତିଗତ, ସାମୂହିକ ଓ ସାଧାରଣ ସ୍ୱାର୍ଥ ସମ୍ବଳିତ ସମସ୍ୟା ଏବଂ ଅଭିଯୋଗଗୁଡ଼ିକୁ ଆବଶ୍ୟକ ପ୍ରମାଣପତ୍ର ସହ ନିର୍ଦ୍ଧିଷ୍ଟ ତାରିଖରେ ଉକ୍ତ ଶିବିରରେ ଉପସ୍ଥାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
